ଆଜି ଓଡ଼ିଶା ଆସୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ରବିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଘରୋଇ ଟିଭି ଚ୍ୟାନେଲ୍‌ ଅର୍ଗସର ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ହୋଟେଲ ମେ’ଫେୟାରରେ ଆୟୋଜନ ହେବାକୁ ଥିବା ଏଗ୍ରି କନକ୍ଲେଭ୍‌-୨୦୨୨ରେ ଦୁଇ କେନ୍ଦ୍ରମନ୍ତ୍ରୀ ଅତିଥି ଭାବେ ଯୋଗଦେବେ ବୋଲି ଅର୍ଗସର ମୁଖ୍ୟ ସମ୍ପା‌ଦକ ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ କୃଷି ବୈଜ୍ଞାନିକ ଯୋଗଦେଇ କୃଷିର ବିକାଶ ସହ କୃଷକମାନଙ୍କ ଆୟ ବୃଦ୍ଧି ନେଇ ଆଲୋଚନା ହେବ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ଆଇସିଏଆର୍‌ର ଡିଜି ତ୍ରିଲୋଚନ ମହାପାତ୍ର, ପଦ୍ମଶ୍ରୀ ସୁଶ୍ରୀ ସାବରମତୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଆଇସିଏଆର୍‌ ନିର୍ଦ୍ଦେଶକ ଅଜିତ ଶାସାନି, ନାସନାଲ୍ କୋଅପରେଟିଭ୍ ଡେଭଲପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ସୁନଦୀପ କୁମାର ନାୟକ ଯୋଗଦେବେ।

ସମ୍ବନ୍ଧିତ ଖବର