ଆଜି ଓଡ଼ିଶା ଆସିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ଗୁରୁବାର ଠାରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେବାକୁ ଥିବାବେ‌େଳ ଏଥିରେ ସାମିଲ୍‌ ହେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିବେ। ଗୁରୁବାର ପୂର୍ବାହ୍ନ ୯ଟାରେ ଦୁଇ ମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ଏକ ଶୋଭାଯାତ୍ରାରେ ପୁରୀ ଯିବେ। ପୂର୍ବାହ୍ନ ୯ଟା ୩୦ରେ ରାଜ୍ୟ ସଂଗ୍ରହାଳୟ ଛକ, ୧୦ଟାରେ ସାମନ୍ତରାପୁର ଛକ, ୧୦ଟା ୩୦ରେ ଲିଙ୍ଗିପୁର ଛକରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବ। ଦୁଇ ମନ୍ତ୍ରୀ ଏହି ଗସ୍ତ ସମୟରେ ବକୁଳ ବନ ପରିଦର୍ଶନ‌େର ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର