ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାରେ କୁରାଢ଼ିରେ ହାଣି ଦୁଇ ଆଦିବାସୀଙ୍କୁ ହତ୍ୟା କଲେ ନକ୍ସଲ। ତେଲେଙ୍ଗାନାରୁ ମୁଲୁଗୁ ଜିଲ୍ଲାର ବାଜେଡୁ ମଣ୍ଡଳର ପେରୁରୁ ଗ୍ରାମର ଗ୍ରାମପଞ୍ଚାୟତରେ କାର୍ଯ୍ୟ କରୁଥିବା ଉଇକା ରମେଶଙ୍କୁ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରାଯାଇଛି। ସେହିପରି ସେହି ଗ୍ରାମର ଉଇକା ଅର୍ଜୁନକୁ ମଧ୍ୟ ନକ୍ସଲ ପୁଲିସ ଇନଫର୍ମର ସଂଦହରେ ହତ୍ୟା କରିଛନ୍ତି।
ନକ୍ସଲମାନେ ଗତ କିଛି ମାସ ହେଲା ବେକଫୁଟରେ ରହିଛନ୍ତି। ସୁରକ୍ଷାକର୍ମୀ ଲଗାତାର ନକ୍ସଲ ଦମନରେ ସଫଳତା ପାଉଥିବା ବେଳେ ନକ୍ସଲ ଏବେ ହଡବଡାଇଛନ୍ତି। ଭୟ ଓ ଆତଙ୍କ ଖେଳାଇବାକୁ ନକ୍ସଲ ଏବେ ହତ୍ୟା କରିବାରେ ଲାଗିଛନ୍ତି। ନକ୍ସଲ ସୁରକ୍ଷାକର୍ମୀଙ୍କର କିଛି କ୍ଷତି କରିପାରୁନଥିବା ବେଳେ କେବଳ ନିରୀହ ଜନତାଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଇଛି। ପ୍ରାୟ ୪୦ରୁ ୫୦ ସଶସ୍ତ୍ର ନକ୍ସଲ ପାରେରୁ ଗ୍ରାମରେ ପହଞ୍ଚି ରମେଶ ଏବଂ ଅର୍ଜୁନଙ୍କୁ ଘରୁ ଘୋଷାଡି ଆଣି କୁହ୍ଲାଡିରେ ହତ୍ୟା କରିଥିଲେ।
ଦୁଇ ଜଣ ଗ୍ରାମବାସୀ ପୁଲିସକୁ ନକ୍ସଲ ସଂଗଠନର ସମସ୍ତ ତଥ୍ୟ ପ୍ରଦାନ କରୁଥିଲେ, ଯଦ୍ବାରା ନକ୍ସଲ ସଂଗଠନ ବହୁ କ୍ଷତି ସହିଛି। ମୁଲୁଗୁ ଜିଲ୍ଲା ଛତିଶଗଡ଼ର ବିଜାପୁରର ସୀମାକୁ ଲାଗିଛି। ନକ୍ସଲ ଛତିଶଗଡ଼ରେ କିଛି କରିନପାରି ତେଲେଙ୍ଗାନାରେ ଏବେ ଭୟ ଖେଳାଉଛନ୍ତି।
-ନକ୍ସଲ ସଂଗଠନ
ଶବ ନିକଟରେ ଏକ ପ୍ରେସ ନୋଟ ନକ୍ସଲ ଛାଡ଼ିଛନ୍ତି। ବାଜେଡୁ ସଂଗଠନର ସଚିବ ସାନ୍ତା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଏହି ଦୁଇ ଜଣ ଗ୍ରାମବାସୀ ପୁଲିସକୁ ନକ୍ସଲ ସଂଗଠନର ସମସ୍ତ ତଥ୍ୟ ପ୍ରଦାନ କରୁଥିଲେ, ଯଦ୍ବାରା ନକ୍ସଲ ସଂଗଠନ ବହୁ କ୍ଷତି ସହିଛି। ମୁଲୁଗୁ ଜିଲ୍ଲା ଛତିଶଗଡ଼ର ବିଜାପୁରର ସୀମାକୁ ଲାଗିଛି। ନକ୍ସଲ ଛତିଶଗଡ଼ରେ କିଛି କରିନପାରି ତେଲେଙ୍ଗାନାରେ ଏବେ ଭୟ ଖେଳାଉଛନ୍ତି। ନକ୍ସଲ କରିଥିବା ଟାର୍ଗେଟ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କୌଣସି ମୁହର୍ତ୍ତରେ ଘାଇଲା ବାଘ ଭଳି ନକ୍ସଲ ପହଞ୍ଚି ହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/23/88kAdHSyVT4w6cJFMVUk.jpg)