କଏଦୀ ଫେରାର୍‌ ମାମଲା : ୨ ୱାର୍ଡର ନିଲମ୍ବିତ

ବରଗଡ଼ : ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସିନେମା ଷ୍ଟାଇଲ୍‌ରେ ଜଣେ ବିଚାରାଧୀନ କଏଦୀ ଫେରାର୍‌ ମାରିବା ଘଟଣା ଚର୍ଚ୍ଚା ପରିସରରେ ରହିଛି। କଡ଼ା ପହରା ଭିତରେ ବିଚା‌ରାଧୀନ କଏଦୀ ବରପାଲିର ଟୁନୁ ଓରଫ୍‌ ନକୁଳ ମାଝୀ ଚମ୍ପଟ ମାରିଥିଲା। ଏହି ମାମଲାରେ ୨ଜଣ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ରମେଶ ହରି ଏବଂ କିରଣ ଯୋଷୀ। ଉଭୟଙ୍କୁ ନିଲମ୍ବନ କରିବାକୁ ଡିଆଇଜି (ପ୍ରିଜନ୍‌) ଅମିୟ ପଟ୍ଟନାୟକ ଆଦେଶ ଦେଇଥିବା ଜଣାପଡ଼ିଛି। ଡିଆଇଜି ଶ୍ରୀ ପଟ୍ଟନାୟକ ଶୁକ୍ରବ‌ାର ସଂଧ୍ୟାରେ ବରଗଡ଼ ପହଂଚି ମାମଲାର ଖୋଳତାଡ଼ କରିଥିଲେ। ସୂଚନାଯୋଗ୍ୟ, ଗୁରୁବାର ନକୁଳକୁ କଡ଼ା ସୁରକ୍ଷା ଭିତରେ କୋର୍ଟକୁ ଅଣାଯାଇଥିଲା। ସେଠାରେ ଧାରୁଆ ବସ୍ତୁରେ ନିଜ ହାତ କାଟି ଦେଇଥିଲା। ତାକୁ ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପୁଲିସ୍‌ ଏବଂ ଜେଲ୍‌ କର୍ମଚାରୀ ରାତିସାରା ତାକୁ ଜଗି ରହିଥିଲେ। ହେଲେ ଶୁକ୍ରବାର ସକାଳୁ ଶୌଚ ବାହାନାରେ ସେ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର