ଦୁଇ ଜେଲ୍‌ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ଜେଲ୍‌ରେ କଏଦୀଙ୍କୁ ପଥରରେ ଛେଚି ମାରିଦେବା ଘଟଣାରେ ଦୁଇଜଣ ଜେଲ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହେଁ ହେଲେ, ଜେଲ୍‌ର ଆଭ୍ୟନ୍ତରୀଣ ସୁରକ୍ଷା ଯାଞ୍ଚ ଦାୟିତ୍ବରେ ଥିବା ଚିଫ୍‌ ୱାର୍ଡର ସଂଜିବ ପଣ୍ଡା ଓ ୱାର୍ଡର ଦିଲିପ ମହାପାତ୍ର। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଦୁହିଁଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶଥାଉକି, ଗତକାଲି ଆଜୀବନ କଏଦୀ ଶରତ ଚନ୍ଦ୍ର କର(୩୨)ର ପ୍ରାଣାନ୍ତକ ଆକ୍ରମଣରେ ରାମଚନ୍ଦ୍ର ସେନାପତି ଓରଫ ଦାସ(୬୦) ନାମକ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଥିଲା। ମୃତ ବିଚାରାଧୀନ କଏଦୀ ଜଣକ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ଘୋଡ଼ାପଦା ଅଞ୍ଚଳର ହୋଇଥିବା ବେଳେ ଅଭିଯୁକ୍ତ ଆଜୀବନ କଏଦୀଙ୍କ ଘର ଖଇରା ଥାନା ଝିଙ୍କିରିଆ ଗ୍ରାମ। ଏହି ଘଟଣାକୁ କେନ୍ଦ୍ରକରି ବାଲେଶ୍ବରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର