ପାରାଦୀପ ବନ୍ଦରରେ ଲାଗିବ ଦୁଇଟି ଯୁଦ୍ଧ ଜାହାଜ

ପାରାଦୀପ: ପାରାଦୀପ ବନ୍ଦରକୁ ଭାରତୀୟ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଆସୁଥିବା କଥା ବନ୍ଦରର ଜନସମ୍ପର୍କ ଅଧିକାରୀ କହିଛନ୍ତି।

ବନ୍ଦରର ନିଷିଦ୍ଧାଞ୍ଚଳରେ ନଙ୍ଗର ପକାଇବାକୁ ଥିବା ‘ଆଇଏନ୍‌ଏସ୍‌ ରାଣା’ ଓ ‘ଆଇଏନ୍‌ଏସ୍‌ ଘଡ଼ିଆଳ’ ନାମକ ଦୁଇ ଯୁଦ୍ଧପୋତଙ୍କୁ ନଭେମ୍ବର ୨୪ ଓ ୨୫ ତାରିଖ ଦିନ ସାଧାରଣ ଜନତା ଦେଖିବାକୁ ଯାଇପାରିବେ।

ଦର୍ଶନାର୍ଥୀ ଲୋକେ ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମକୁ ଯାଇ ନିରାପତ୍ତା ଯାଞ୍ଚ କରାଇବା ପରେ ସ୍ୱତନ୍ତ୍ର ବସ୍‌ ଯୋଗେ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ଯୁଦ୍ଧ ଜାହାଜ ପାଖରେ ପହଞ୍ଚିପାରିବେ।

ଆସନ୍ତା ଡିସେମ୍ବର ୪ ତାରିଖରେ ପଡୁଥିବା ‘ନୌସେନା ଦିବସ’ ଉପଲକ୍ଷେ ସାଧାରଣ ଜନତାଙ୍କୁ ଉଦ୍‌ବୁଦ୍ଧ କରାଇବାକୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର