ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର

ନୀଳଗିରି : ନୀଳଗିରି ଅଞ୍ଚଳରେ ଆଜି ସକାଳେ ୨ଟି ଗ୍ରାମର ୨ଜଣ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ମହିଳା ହେଲେ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ ସାରୁପାଳ ଗ୍ରାମର ଗଣେଶ୍ୱର ପରିଡ଼ାଙ୍କ ସ୍ତ୍ରୀ ଅନିତା(୩୫) ଓ ରାଧିକାଦେଈପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ପତ୍ନୀ ବାସନ୍ତିୀ(୩୮)।

ସୂଚନା ଅନୁସାରେ, ବାଡ଼ିରେ କାମ କରୁଥିବା ବେଳେ ହଠାତ୍‌ ଏକ ବଣୁଆ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିବାରୁ ଅନିତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ସେହିପରି ବାସନ୍ତୀ ଘର ଅଗଣାରେ କାମ କରୁଥିବା ବେଳେ ଏକ ଭାଲୁ ଆକ୍ରମଣ କରିବାରୁ ବାସନ୍ତୀଙ୍କ ପେଟରେ ଗଭୀର ଆଘାତ ହୋଇଛି।ପରିବାର ଲୋକେ ୨ ମହିଳାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର