ଭ୍ୟାନ୍ ଓଲଟି ଦୁଇ ମହିଳା ମୃତ, ୩୦ ଆହତ

ଜୟପୁର: କୋରାପୁଟ ଜିଲ୍ଲା ଗୁରୁମାଇଗୁଡା ଗ୍ରାମ ଭାରସାମ୍ୟ ହରାଇ ୪୦୭ ଟ୍ରକ ଓଲଟି ପଡ଼ିବା ଫଳରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ମହିଳା ହେଲେ ମୁଣ୍ଡିଗୁଡାର ଚଞ୍ଚଳ ଜାନୀ(୪୬) ଏବଂ ତୁଳସା ଜନୀ (୪୮) । ଏହି ଘଟଣାରେ  ୩୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଧିନସ୍ଥ ଗୁରୁମାଇଗୁଡା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳେ ବୋଡିଗାଠାରୁ ମୁଣ୍ଡିଗୁଡା ଗ୍ରାମ ଅଭିମୁଖେ ୩୦ରୁ ଉର୍ଦ୍ଧ ଲୋକଙ୍କୁ ନେଇ ଏକ  ୪୦୭ ମାଲବାହୀ ଭ୍ୟାନ୍ ଏକ  ବାହାଘରକୁ ଯାଉଥିଲା । ହେଲେ ରାସ୍ତାରେ ଭାରସାମ୍ୟ ହରାଇ ଭ୍ୟାନଟି  ଗୁରୁମଇଗୁଡା ଗ୍ରାମ ନିକଟରେ ଓଲଟି ପଡିଥିଲା। ଖବର ପାଇ  ବିସିଂହପୁର ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେପଟେ ଗୁରୁତରଙ୍କୁ କୁମୁଲି ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି । ଆଉ ଗୁରୁତର ୪ଜଣଙ୍କୁ ଜୟପୁର ମେଡିକାଲରେ ଭର୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜକୁ ଚିକିତ୍ସା ଲାଗି ପଠାଯାଇଛି।

ସମ୍ବନ୍ଧିତ ଖବର