ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା। ଉଦ୍ଧାର ମା’ ଝିଅଙ୍କ ମିଳିଲା ଠିକଣା। ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜଣାଯାଇଛି। ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ ଜାରି ରହିଛି। ପରିବାର ଲୋକଙ୍କୁ ଖୋଜି ବାହାର କଲା ସୁନ୍ଦରଗଡ଼ ପୁଲିସ।

Advertisment

ଏଣେ ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଥିବା ପରିବାର ଲୋକେ କହିଛନ୍ତି। ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ସମ୍ପର୍କୀୟ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଯାହା ଏବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ତେବେ ଦୁଷ୍କର୍ମ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି ବଡ଼ ଭଉଣୀ।