ସୋରଡ଼ା : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ରାଇବନ୍ଧ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଧାନ ରୋଇ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି।
ମୃତକମାନେ ହେଲେ, ରାଇବନ୍ଧର ଟିକିନା ସ୍ବାଇଁ ଓ ସୁରେଖାଇଦେଇପୁରର କୁମାରୀ ପ୍ରଧାନ। ସୂଚନା ଅନୁସାରେ, ରବିବାର ଦିନ ଦୁଇ ଗ୍ରାମର ୬ ଜଣ ମହିଳା ଧାନ ରୋଇବାକୁ କ୍ଷେତକୁ ଯାଇଥିଲେ। ଅପରାହ୍ନରେ ଫେରୁଥିବା ସମୟରେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରାପାତ ହେବାରୁ ଟିକିନା ଓ କୁମାରୀ ଡ୍ରେନ୍ ଭିତରେ ପଡ଼ିଯାଇଥିଲେ। ଖବର ପାଇ ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ୍ରେ ସେମାନଙ୍କୁ ସୋରଡ଼ା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।