ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ଆଜି ଦୁଇ ବର୍ଷର ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତ ଗୁରୁବାର ଦିନ ଶିଶୁଟି ପାଣ୍ଡରା ଛକରେ ଏକୁଟିଆ ବସିଥିଲା । ରାତିରେ ଶିଶୁକନ୍ୟାକୁ ଏକୁଟିଆ ଦେଖି ସେହି ବସ୍ତିର ଶିଶିର କୁମାର ଦଳାଇ ଘରକୁ ନେଇଯାଇଥିଲେ । ୪ଦିନ ଘରେ ରଖିବା ପରେ ଆଜି ଚାଇଲ୍ଡ ଲାଇନ୍ ଶିଶୁଟିକୁ ଉଦ୍ଧାର କରି ସୁଭଦ୍ରା ସେବାସଦନକୁ ପଠାଇଛି । ପ୍ରାଥମିକ ପର୍ଯ୍ୟାୟରେ ଶିଶୁଟିକୁ ମାଆ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି ।
ଭୁବନେଶ୍ବରରୁ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର
/sambad/media/post_attachments/wp-content/uploads/2020/10/child-add.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)