ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା କଲୁଙ୍ଗା ସ' ମିଲସ୍ଥିତ ବନ ଉନ୍ନୟନ ନିଗମର ପୂର୍ବତନ ଉପ ପରିଚାଳକ ପୂର୍ଣ୍ଣଚନ୍ଦ୍ର ସାଙ୍କୁ ଏକ ଦୁର୍ନୀତି ନିବାରଣ ମାମଲାରେ ୨ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ୫ ହଜାର ଅନାଦେୟରେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶରେ ଉଲ୍ଲେଖ ହୋଇଛି। ଗୁରୁବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାରେ ଅଧିକାରୀ ଶ୍ରୀ ସାଙ୍କୁ ଦୋଷୀ ସାବ୍ଯସ୍ତ କରି ଏହି ଦଣ୍ଡାଦେଶ କରିଛନ୍ତି। ଗତ ୨୦୦୨ ଜାନୁଆରି ୧୫ରେ ରାଉରକେଲା ସେକ୍ଟର ୨୨ରେ ରହୁଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁରର ଚିନ୍ତାମଣି ସାଙ୍କୁ ଶାଗୁଆନ କାଠ କିଣି ନେବାକୁ ଆବଶ୍ଯକ ଅନୁମତି ଦେବା ପାଇଁ ୪ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ରାଉରକେଲା ଭିଜିଲାନ୍ସ ହାତରେ ଧରା ପଡିଥିଲେ। ରାଉରକେଲା ପୂର୍ବତନ ଭିଜିଲାନ୍ସ ଡିଏସପି ନବକିଶୋର ପଟ୍ଟନାୟକ, ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ଅକ୍ଷୟ କୁମାର ସାହୁ ମାମଲାର ସବିଶେଷ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ। ଭିଜିଲାନ୍ସର ଭାରପ୍ରାପ୍ତ ପିପି ଗୌରମୋହନ ଦାଶ ମାମଲାର ପରିଚାଳନା କରିଥିଲେ।
ପୂର୍ବତନ ବନ ଉନ୍ନୟନ ନିଗମ ଅଧିକାରୀଙ୍କୁ ୨ ବର୍ଷ ଜେଲ୍
/sambad/media/post_attachments/wp-content/uploads/2022/08/d1335d9a-4892-49e4-8886-5346100c20d4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)