ଜୟପୁର: ସରକାରୀ ଅର୍ଥ ତୋଷାରପାତ ମାମଲାରେ ଶୁଣାଣୀ କରି ଅଭିଯୁକ୍ତ ଦ୍ବୟ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଷାଗୁମୁଡା ପଂଚାୟତର ପୂର୍ବତନ ତଥା ଅବସରପ୍ରାପ୍ତ ପିଇଓ ବରେନ୍ଦ୍ର ମାଝି ଓ ପୂର୍ବତନ ସରପଂଚ ହରିବନ୍ଧୁ ମାଝୀଙ୍କୁ ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଉଭୟଙ୍କୁ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ୪୦ହଜାର ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ମାସ ଲେଖାଏଁ ସଶ୍ରମକାରାଦଣ୍ଡରେ ରହିବାକୁ ରାୟ ପ୍ରକାଶ କରିଛନ୍ତି।

Advertisment

ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଷାଗୁମୁଡା ପଂଚାୟତର ପୂର୍ବତନ ତଥା ଅବସରପ୍ରାପ୍ତ ପିଇଓ ବରେନ୍ଦ୍ର ମାଝି ଓ ପୂର୍ବତନ ସରପଂଚ ହରିବନ୍ଧୁ ମାଝୀ ୨୦୧୦ମସିହା ଅଗଷ୍ଠ ୧୩ତାରିଖରୁ ୨୦୧୨ମସିହା ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନମୂଳକ କାମ ନାଁରେ ୪ଲକ୍ଷ ୬୮ହଜାର ୮୫୯ଟଙ୍କା ଖର୍ଚ୍ଚ କରିଥିବା କେସ୍ ବୁକରେ ଦର୍ଶାଇଥିଲେ।

ତେବେ ଉକ୍ତ ଉନ୍ନୟନ କାମ ଗୁଡ଼ିକ ହୋଇ ନଥିବା ଏବଂ ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ଭିଜିଲାନସ୍ ନିକଟରେ ହୋଇଥିଲା। ଭିଜିଲାନସ୍ ତଦନ୍ତ କରି ଉଭୟଙ୍କ ନାଁରେ ମାମଲା ରୁଜୁ କରିଥିଲେ। ତଦନ୍ତ ବେସଳେ ଭିଜିଲାନସ୍ ନିକଟରେ ଉକ୍ତ ଟଙ୍କାର ଉପଯୁକ୍ତ କାଗଜପତ୍ର ଉଭୟ ଅଭିଯୁକ୍ତ ଦାଖଲ କରିପାରିନଥିଲେ। ଏହି ମାମଲାର ଶୁଣାଣୀ କରି, ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ୨୦ହଜାର ଲେଖାଏଁ ଜଣକା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ମାସ ଲେଖାଏଁ ସଶ୍ରମକାରାଦଣ୍ଡରେ ରହିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍ ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।