ବେକରେ ଦଉଡି ଦେଇ ଭିନ୍ନ ସ୍ଥାନରେ ଜୀବନ ହାରିଲେ ଯୁବକ, ଯୁବତୀ

ଜୟପୁର/ରାଇରଂଗପୁର: ବେକରେ ଦଉଡ଼ି ଦେଇ ରାଜ୍ୟର ଭିନ୍ନ ସ୍ଥାନରେ ଦୁଇ ଜଣ ଯୁବକ ଓ ଯୁବତୀ ପ୍ରାଣ ହରାଇଛନ୍ତି। ପ୍ରଥମ ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅର୍ନ୍ତଗତ ବାରିଣୀପୁଟ ଶୁଣ୍ଡିଗୁଡ଼ା ଗାଁରେ ଓ ଦ୍ବିତୀୟ ଘଟଣା ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅର୍ନ୍ତଗତ କାରଗିଲ୍ ଛକ ନିକଟସ୍ଥ ଏକ ପୋଖରୀ ପାର୍ଶ୍ବରେ ଘଟିଛି। ମୃତକମାନେ ହେଲେ ଈଶ୍ବର ପରଜା (୧୯) ଓ ଶାନ୍ତିଲତା ଟୁଡୁ (୩୧)।

ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅନ୍ତର୍ଗତ ବାରିଣୀପୁଟ ପଂଚାୟତ ଶୁଣ୍ଡିଗୁଡା ଗାଁର ଇଶ୍ବର ଗତ ୬ମାସ ହେବ ବାହା ହୋଇଥିଲା। ଆଜି ଅପରାହ୍ନରେ ସେ ନିଜ ଘର ମଧ୍ୟରେ ହିଁ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ପରେ ପରିବାରବର୍ଗ ଏ ନେଇ ବାରିଣୀପୁଟ ପାଣ୍ଡିରେ ଅଭିଯୋଗ କରିଥିଲେ। ପାଣ୍ଡି ଅଧିକାରୀ ଏଏସଆଇ କାମକ୍ଷୀ ବିଷୋୟୀ ଶବର ପଂଚନାମା କରି ଅପମୃତ ମାମଲା ରୁଜୁ କରିଥିଲେ। ଶବକୁ ଜିଲ୍ଲାମୁଖ୍ୟଚିକିତ୍ସାଳୟର ଶବାଗାରରେ ରଖିଛନ୍ତି। ଆସନ୍ତାକାଲି ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି ଏଏସଆଇ ଶ୍ରୀ ବିଷୋୟୀ।

ସେହିପରି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅର୍ନ୍ତଗତ କାରଗିଲ୍ ଛକ ନିକଟସ୍ଥ ଏକ ପୋଖରୀ ପାର୍ଶ୍ବରେ ଥିବା ଏକ ଗଛରୁ ଜଣେ ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ବିଶୋଇ ଥାନା ଅର୍ନ୍ତଗତ ବ୍ରାହ୍ମଣପୋଷି ଗ୍ରାମର ସର୍ଗତଃ କାର୍ତିକ ଟୁଡୁଙ୍କ ସ୍ତ୍ରୀ ଶାନ୍ତିଲତା ଟୁଡୁ(୩୧) କିଛିଦିନ ପୂର୍ବରୁ ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ମଣଦା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତି ହୋଇଥିଲେ। ତେବେ ଦୁଇଦିନ ପୂର୍ବରୁ ହସ୍ପିଟାଲରୁ ଘରକୁ ଫେରିଥିଲେ। ଘରେ ତାଙ୍କର ଜଣେ ପୁଅ ଓ ଜଣେ ଝିଅଙ୍କୁ ଛାଡି କୁଆଡେ ପଳାଇ ଥିଲେ। ଆଜି ସନ୍ଧ୍ୟା ସମୟରେ ହାଟବାଦଡା ନିକଟସ୍ଥ କାରଗିଲ୍ ଛକ ନିକଟସ୍ଥ ପୋଖରୀ ପାର୍ଶ୍ବରେ ଥିବା ଏକ ଗଛରୁ ଝୁଲନ୍ତା ମୃତଦେହ ଝୁଲୁଥିବାର ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସକୁ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ତେବେ ସେ ଆତ୍ମହତ୍ୟା କାହିଁକି କଲେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 

 

 

 

ସମ୍ବନ୍ଧିତ ଖବର