ରାଉରକେଲା: କାଗଜପତ୍ର ଜାଲିଆତି କରି ଋଣ ନେଇଥିବା ଅଭିଯୋଗରେ ଉଦିତନଗର ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଛେଣ୍ଡ୍‌ର ଅଭୟ ଭୋଳ ଓ ଫର୍ଟିଲାଇଜର ଦୀନେଶ ସାହୁ। ଦୁଇ ଅଭିଯୁକ୍ତ ଦସ୍ତଖତ, ନଥିପତ୍ର, ଫଟୋ ଆଦିକୁ ଜାଲିଆତିକରି ଋଣ ପାଇଁ ଆବେଦନ କରିଥିଲେ। ପୁଲିସ ସୂଚନାଅନୁସାରେ, ବେସରକାରୀ ସଂସ୍ଥା ସୁମିତମୋ ମିତ୍‌ସୁ ଫାଇନାନ୍ସିଆଲ ଗ୍ରୁପ୍‌ରୁ ୮୪ ଜଣ ଗ୍ରାହକ ଋଣ ନେଇଥିଲେ।

Advertisment

ବାସ୍ତବରେ ସମସ୍ତ ଗ୍ରାହକ ବ୍ୟାପକ ଜାଲିଆତିକରି ଋଣ ପାଇଁ ଆବେଦନ କରିଥିଲେ। ପରେ ସେମାନେ ୩ କୋଟି ୧୬ ଲକ୍ଷ ଟଙ୍କାର ଋଣ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଅଡିଟ୍‌ବେଳେ ନକଲି କାଗଜପତ୍ର ଦାଖଲ ହୋଇଥିବା ଜଣାପଡ଼ିଥିଲା। ଏନେଇ ଗତ ୩୧ ତାରିଖରେ ସଂସ୍ଥାର ବରିଷ୍ଠ ପରିଚାଳକ ଅରବିନ୍ଦ ଦସମଲ ଉଦିତନଗର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।