ହୃଦ୍‌ଘାତରେ ୨ ଯୁବକଙ୍କ ମୃତ୍ୟୁ

ଜୟପୁର: ସ୍ଥାନୀୟ ପାୱାରହାଉସ ଅଂଚଳରେ ରହୁଥିବା ତନଜ କୁମାର ପ୍ରଧାନ(୩୨) ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନଥାନାକୁ ଖବର ଦେବା ପରେ ଅପମୃତ ମାମଲା ରୁଜୁ କରାଯାଇଥିଲା। ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା। ମୃତ ତନଜ କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ତାଙ୍କ ନିଜ ଘର କୋରାପୁଟ ବୋଲି  ସୂଚନା ମିଳିଛି। ସେ ଗତ କିଛି ମାସ ତଳେ ବିବାହ କରିଥିଲେ ଏବଂ ଜୟପୁରରେ ରହି ଆସୁଥିଲେ।

ସେଭଳି ଏକଟାଗୁଡା ଅଂଚଳର ଜୈନେକ ଯୁବକ ମ‌ନୋରଂଜନ ମହାନ୍ତି (୩୭) ଗୁରୁତର ଅବସ୍ଥାରେ ହିଁ ଶନିାବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଉଭୟଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର