ବାଇକ୍‌ ଓ ଟ୍ରକ୍ ମୁହାଁମୁହିଁ ମାମଲା : ୪ ଦିନ ଅନ୍ତରରେ ଦୁଇ ଯୁବକଙ୍କ ମୃତ୍ୟୁ

କାଳିଆପାଣି : ଖଣି ଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର କାଙ୍କଡ଼ପାଳ ପୋଲ ପାଖରେ ଗତ ୭ ତାରିଖ ଏକ ବାଇକ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେଦିନ ଘଟଣାସ୍ଥଳରେ ବାଇକ୍‌ ଚାଳକ କାଙ୍କଡ଼ପାଳ ଗାଁର ପଞ୍ଚାନନ ପରିଡ଼ା(୪୩)ଙ୍କ ମୃତ୍ୟୁ ହୋଇଥିଲା। ବାଇକ୍‌ ପଛରେ ବସିଥିବା ସେହି ଗାଁର ଉଲ୍ଲାସ ପରିଡ଼ା (୩୫) ଗୁରୁତର ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଏକ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ୱାର୍ଡମେମ୍ବର ଥିବା ପଞ୍ଚାନନ ଓଏମ୍‌ସି ସିଓବି ପ୍ଲାଣ୍ଟ୍‌ରେ ଠିକା ଶ୍ରମିକ ଭାବ‌େ କାମ କରୁଥିଲେ। ଉଭୟ ସେଦିନ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଗାଁଠୁ ୪ କିଲୋମିଟର ଦୂର ଦାମୋଦରପୁର ଗାଁକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ସୁକିନ୍ଦା ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର