କେନ୍ଦୁଝର: କରୋନାରେ ଦୁଇ ଯୁବତୀଙ୍କ ମୃତ୍ୟୁ, ଜିଲ୍ଳାରେ କରୋନା ମୃତ୍ୟୁସଂଖ୍ୟା ୧୫୩ରେ ପହଞ୍ଚିଲା

କେନ୍ଦୁଝର : ମହାମାରୀ କରୋନ‌ାରେ ଆଜି ଆଉ ୨ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଯୁବତୀଙ୍କ ମଧ୍ୟରୁ ଜଣେ ସଦର ବ୍ଲକ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା । ସେହିପରି ଅନ୍ୟ ଜଣେ ଯୁବତୀ ପାଟଣା ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁଇ ଜଣଙ୍କୁ ମିଶାଇ କେନ୍ଦୁଝର ଜିଲ୍ଳାରେ କରୋନା ମୃତ୍ୟୁସଂଖ୍ୟା ୧୫୩ରେ ପହଞ୍ଚିଛି।

ସେହିପରି ଆଜି ଆଉ ୧୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୦ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନ ସଂକ୍ରମତିଙ୍କ ସଂଖ୍ୟା ୨୦ ହଜାର ୬୫୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୦ ହଜାର ୪୨୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୯ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧୪୬ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୦ଜଣ ଚିହ୍ନଟ ହୋଇଥିଲେ। ଆଜି ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଆନନ୍ଦପୁର ପୌରପାଳିକାରୁ ଜଣେ, ହାଟଡିହି ବ୍ଲକରୁ ୪ଜଣ, ଯୋଡ଼ା ପୌରପାଳିକାରୁ ଜଣେ, ସଦର ବ୍ଲକରୁ ୨ଜଣ, ତେଲକୋଇ ବ୍ଲକରୁ ୨ ଜଣ।

ସମ୍ବନ୍ଧିତ ଖବର