ବଲାଙ୍ଗୀର : ଗତକାଲି ନିଖିଳନଗରଠାରେ ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ବଲାଙ୍ଗୀର ଟାଉନ ଥାନା ପୁଲିସ ୨ ଯୁବକଙ୍କୁ ଅଟକ ରଖିଛି। ‌ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଉଦ୍ଧାର କରାଯାଇଛି। ଅଭିଯୁକ୍ତର ଘର ଆଗଲପୁରରେ ହୋଇଥିବା ବେଳେ ସେ ବଲାଙ୍ଗୀରରେ ରହୁଥିଲା। ମୃତ ନାବାଳିକା ପରିବାର ସହିତ ତାର ସଂପର୍କ ଥିଲା। ଘଟଣା ଦିନ ଉକ୍ତ ଯୁବକ ହିଁ ଟେଡିବିୟର ପ୍ରଦାନ କରିଥିବା ଓ କୌଣସି କାରଣରୁ ନାବାଳିକାକୁ ସନ୍ଦେହ କରି ହତ୍ୟା କରିଥିବା ଅନୁମାନ କରାଯାଉଛି।

Advertisment

ପୁଲିସ ଉକ୍ତ ଯୁବକ ଓ ତାର ସହଯୋଗୀକୁ ଅଟକ ରଖି ଘଟଣା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିସାରିଥିବା ବେଳେ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରୁ କଟୁରି ଜବତ କରିଛି। ହତ୍ୟାକାଣ୍ଡ ସମ୍ପର୍କରେ ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀଙ୍କ ସୂଚନା ହେଲା, ହତ୍ୟା ଅଭିଯୁକ୍ତ ସମସ୍ତ ପ୍ରମାଣ ନ‌ଷ୍ଟ କରିବାକୁ ଚେଷ୍ଟା କରିଥିଲା। ଏପରିକି ମୋବାଇଲ୍‌ ଫୋନ୍‌ରେ ଉକ୍ତ ନାବାଳିକାଙ୍କ ସହ ହୋଇଥିବା ଚାଟିଂ ବି ଲିଭାଇ ଦେଇଥିଲା। ଲିଭାଯାଇଥିବା ଉକ୍ତ ମେସେଜ୍‌ ପୁନରୁଦ୍ଧାର କରିବା ପରେ ତା’ ପ୍ରତି ସନ୍ଦେହ ବଢ଼ିଥିଲା। ସେ ଟ୍ରେନ୍‌ ଯୋଗେ ଆନ୍ଧ୍ର ଫେରାର୍‌ ହେଉଥିବା ବେଳେ ଧରାଯାଇଥିଲା ବୋଲି ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି।