ବିମାନ ବନ୍ଦର ନିକଟରୁ ବନ୍ଧୁକଧାରୀ ଯୁବକ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିକଟରେ ସନ୍ଦେହଜନକ ଭାବରେ ବୁଲୁଥିବା ୨ ଯୁବକଙ୍କୁ ପୁଲିସ ଶନିବାର ସନ୍ଧ୍ୟାରେ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଅମିତ ଧଳର କକା ପୁଅ ଭାଇ ଅନନ୍ତ ଧଳ ଥିବା ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ ପ୍ରକାଶ କରିଛନ୍ତି। ଅନ୍ୟଜଣଙ୍କ ତାର ସହଯୋଗୀ ଶୈଳେନ୍ଦ୍ର ପାତ୍ର। ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନୁ ଘୋଷ କୋଲକାତାରୁ ଗିରଫ ହେବା ପରେ ତାକୁ ବିମାନରେ ଅଣାଯାଉଥିବା ଖବର ପାଇ ଅନନ୍ତ ଓ ଶୈଳେନ୍ଦ୍ର ପିସ୍ତଲ ଧରି ବିମାନବନ୍ଦର ନିକଟରେ ଜଗିଥିଲେ ବୋଲି ଶ୍ରୀମତୀ ବଳ କହିଛନ୍ତି।

ସମ୍ବନ୍ଧିତ ଖବର