ରାଉରକେଲା : ଫେରିବାଲାକୁ ଭୁଜାଲି ଦେଖାଇ ଲୁଟ୍ ଘଟଣାରେ ଦୁଇ ଯୁବକଙ୍କୁ ଜେଏମ୍ଏଫ୍ସି କୋର୍ଟ ବର୍ଷେ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଲେଖାଏଁ ଜେଲ୍ ଦଣ୍ଡ ସହ ୮ ହଜାର ଟଙ୍କା ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ବିକ ସ୍ଥିତିକୁ ବିଚାର କରି ବିଚାରପତି (ଜେଏମ୍ଏଫ୍ସି) ଉମାକାନ୍ତ ବେହେରା ଏହି ରାୟ ଶୁଣାଇଛନ୍ତି।
ଗତ ୨୦୨୨ ଅକ୍ଟୋବର ୭ରେ ଇସ୍ରାଇଲ୍ ସେକ୍ ନାମକ ଜଣେ ଯୁବକ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଫେରି କରୁଥିଲେ। ବେଦବ୍ୟାସ ଜିଆବାହାଲ ବସ୍ତିର ଅମର ଏକ୍କା ଓ ଆନନ୍ଦ ଜେନା ନାମକ ଦୁଇ ଯୁବକ ଇସ୍ରାଇଲ୍କୁ ଅଟାଇଥିଲେ। ଭୂଜାଲି ଦେଖାଇ ତାଙ୍କଠାରୁ ୧୬୦୦୦ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ଇସ୍ରାଇଲ ଏ ସଂକ୍ରାନ୍ତରେ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଦୁଇ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ଅକ୍ଷୟ କୁମାର ସାହୁ ମାମଲା ପରିଚାଳନା କରିଥିଲେ।