ବ୍ରଜରାଜନଗର : ବେଲପାହାଡ଼ ଥାନା ଅନ୍ତର୍ଗତ ମହିମା ଛକ ନିକଟରେ ଥିବା ସାଇମା ଅଟୋମୋବାଇଲ ଟାୟାର ସୋରୁମରୁ ୨୮ ପିସ୍ ଟାୟାର ଚୋରିହୋଇଥିବା ପଲପାହାଡ଼ ଥାନାରେ ଅଭିଯୋଗ ହୋଇଛି। ଏଥିରେ ବୋଲେରୋର ୮ ପିସ ଓ ଟ୍ରକ୍ର ୨୦ ପିସ୍ ଥିବା ଜଣାପଡ଼ିଛି। ସକାଳ ୯ଟାରେ ଟାୟାର ସୋରୁମ ମାଲିକ ଫାଇଜର ଖାନ ଦୋକାନ ଖୋଲିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଚୋରମାନେ ଦୋକାନ ପଛପଟ ସିକୁଳି ତାଡ଼ି ଭିତରେ ପଶି ଏପରି କରିଥିବା ଜଣାପଡ଼ିଛି। ପଛ ପଟେ ଟ୍ରକ୍ ଲଗାଇ ଟାୟାର୍ ନିଆଯାଇଥିବା ଅନୁମାନ କରାଯାଇଉଛି। ଚୋରି ଟାୟାରର ମୂଲ୍ୟ ୫ ଲକ୍ଷ ୮୮ ହଜାର ଟଙ୍କାର ହେବ ବୋଲି ସୋରୁମ୍ ମାଲିକ କହିଛନ୍ତି। ଖବରପାଇ ଏସ୍ଡିପିଓ ଦିଲ୍ଲୀପ ଦାସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି।
ସୋରୁମ୍ରୁ ୫ ଲକ୍ଷ ୮୮ହଜାର ଟଙ୍କାର ଟାୟାର ଚୋରି
/sambad/media/post_attachments/wp-content/uploads/2021/02/tyre-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)