ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିଅମରେ ଏକ ସ୍ଵତନ୍ତ୍ର ଉତ୍ସବରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଇଣ୍ଡିଆ ୨୦୨୨ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିଅମରେ ତିନୋଟି ମ୍ୟାଚ ଖେଳାଯିବା ପାଇଁ ଆୟୋଜନ କରାଯାଉଛି।ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ। ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।୧୪ ତାରିଖରେ ଭାରତ ବନାମ ମୋରୋକୋ ମ୍ୟାଚ ଖେଳାଯିବ। ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଏଠାରେ ଖେଳାଯିବ।
୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2022/09/382e8ab3-556b-49d3-8933-7c31a19c5729.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)