୯ ଲକ୍ଷର ୟୁସି ଦେଉନାହାନ୍ତି ୧୪ ବ୍ଲକ୍‌, ୨୫ ତାରିଖ ସୁଦ୍ଧା ୟୁସି ଦାଖଲ ଲାଗି ବିଡିଓମାନଙ୍କୁ ନିର୍ଦ୍ଦେଶ

ପଞ୍ଜୀକରଣ କରିଛନ୍ତି ୧.୩୯ ଲକ୍ଷ ଚାଷୀ

ବ୍ରହ୍ମପୁର: ଚଳିତ ଖରିଫ ଧାନ କିଣା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ବିଷୟରେ ସଚେତନତା ସୃଷ୍ଟି ଲାଗି ଜିଲ୍ଲା ଯୋଗାଣ ବିଭାଗ ପ୍ରତି ବ୍ଲକ୍‌କୁ ଅନୁଦାନ ଯୋଗାଇ ଦେଇଥିଲା। ପଞ୍ଜୀକରଣ ପ୍ରକିୟା ‌ଶେଷ ହୋଇ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଜିଲ୍ଲାର ୧୪ଟି ବ୍ଲକ୍‌ର ବିଡିଓ ୯ଲକ୍ଷ ୧୪୦ ହଜାର ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁୁସି) ଦେଇନାହାନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ୟୁସି ଦାଖଲ ଲାଗି ବିଡିଓମାନଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ଚିଠି ଲେଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସ ଧାନ କିଣା ଲାଗି ପଞ୍ଜୀକରଣ କରା ଯାଇଥିଲା। ସେପ୍ଟେମ୍ବର ୭ତାରିଖରେ ପଞ୍ଜୀକରଣ ଶେଷ ହୋଇଥିଲା। ଚଳିତ ବର୍ଷ ୧ଲକ୍ଷ ୩୯ହଜାର ୬୪୮ ଚାଷୀ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ କରିବା ଲାଗି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ଅନୁଦାନ ଯୋଗାଇ ଦିଆ ଯାଇଥିଲା। କିନ୍ତୁ ଏଯାବତ୍‌ ଜିଲ୍ଲାର ୨୨ ବ୍ଲକ୍‌ ମଧ୍ୟରୁ ୧୪ଟି ବ୍ଲକ୍‌ର ବିଡିଓ ୟୁସି ଦେଇ ନାହାନ୍ତି। ଆସିକା ବ୍ଲକ୍‌ ୭୩ହଜାର ୪୮୦, ବେଲଗୁଣ୍ଠା ୫୭ହଜାର ୨୨୦ଟଙ୍କା, ଭଞ୍ଜନଗର ୬୧ହଜାର ୨୬୦ଟଙ୍କା, ବୁଗୁଡ଼ା ୫୯ହଜାର ୭ଶହ, ଛତ୍ରପୁର ୫୮ହଜାର ୧ଶହ, ଧରାକ‌ୋଟ ୫୮ହଜାର ୩୪୦ ଟଙ୍କା, ଦିଗପହଣ୍ଡି ୬୯ହଜାର ୨୦ଟଙ୍କା, ଗଞ୍ଜାମ ୫୬ହଜାର ୫ଶହ ଟଙ୍କା, ଜଗନ୍ନାଥପ୍ରସାଦ ୬୬ହଜାର ୮୨୦ଟଙ୍କା, ଖଲ୍ଲିକୋଟ ୭୧ହଜାର ୭୪୦ଟଙ୍କା, ପାତ୍ରପୁର ୬୪ହଜାର ୫୮୦, ପୋଲସରା ୬୭ହଜାର ୬୦ଟଙ୍କା, ସାନଖେମୁଣ୍ଡି ୬୭ହଜାର ୯୪୦ଟଙ୍କା ଏବଂ ସୋରଡ଼ା ବ୍ଲକ୍‌ ୬୮ହଜାର ୩୮୦ ଟଙ୍କାର ୟୁସି ଦେବାକୁ ବାକି ରହିଛି। ବିଡିଓ ମାନଙ୍କୁ ୨୫ ତାରିଖ ସୁଦ୍ଧା ଅର୍ଥାତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୟୁସି ଦାଖଲ କରିବାକୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର