ବିଶ୍ୱବିଦ୍ୟାଳୟକୁ ମଗାଗଲା ୟୁସି ରିପୋର୍ଟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରିପୋର୍ଟ ମଗାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅନୁ ସଚିବ ମିନତି ଭୂୟାଁ ଆଜି ସବୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ ନୂତନ କାର୍ଯ୍ୟର ଯୋଜନା, ବିନିଯୋଗ ପ୍ରମାଣପତ୍ର(ୟୁସି) ତୁରନ୍ତ ପ୍ରଦାନ କର। ୨୦୨୦-୨୧ ଆର୍ଥିକ ବର୍ଷର ଭିତ୍ତିଭୂମି ବିକାଶ ପାଣ୍ଠିର ଅର୍ଥ ପ୍ରଦାନ କରିବା ପାଇଁ ତୁରନ୍ତ ୟୁସି ସାର୍ଟିଫିକେଟ୍‌ ଓ ନୂଆ ପ୍ରକଳ୍ପ ଯୋଜନା ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର