କୁଚିଣ୍ଡା : କୁଚିଣ୍ଡା -ସମ୍ବଲପୁର ଦେଇ ଯା’ଆସ ବନ୍ଦଥିବା ସିଟିବସ୍ ଶୁକ୍ରବାରଠାରୁ ପୁନଃ ଚାଲିବା ନିଷ୍ପତ୍ତି ହୋଇଛି। ୩ଟି ସିଟିବସ୍ ଦୁଇଟି ରୁଟ୍ରେ ଚଳାଚଳ କରିବ। କୁଚିଣ୍ଡା ଭାୟା ଜମନକିରା ଦେଇ ଦୁଇଟି ବସ୍ ଚାଲିବ। ପ୍ରଥମ ବସ ସମ୍ବଲପୁର ବସ୍ଷ୍ଟାଣ୍ଡରୁ ୫.୪୦ମି.ରେ ଛାଡ଼ି କୁଚିଣ୍ଡାରେ ୮.୫୬ରେ ପହଞ୍ଚିବ। ପୁଣି ୯.୧୦ରେ କୁଚିଣ୍ଡା ବାହାରି ସମ୍ବଲପୁରରେ ୧୧.୪୮ ପହଞ୍ଚିବ। ସମ୍ବଲପୁରରୁ ୧୨.୧୦ରେ ବାହାରି ୨.୫୬ରେ କୁଚିଣ୍ଡା ପହଞ୍ଚିବ। ୩.୪୦ରେ ପୁଣି କୁଚିଣ୍ଡା ଛାଡ଼ି ସଂଧ୍ୟା ୭.୨୮ ରେ ସମ୍ବଲପୁର ପହଞ୍ଚିବ।
ଦ୍ବିତୀୟ ବସ୍ଟି କୁଚିଣ୍ଡାରୁ ସମ୍ବଲପୁର ଭାୟା ଲଇଡା ଦେଇ ଚାଲିବ। ସକାଳ ୭.୧୫ ରେ କୁଚିଣ୍ଡାରୁ ବାହାରି ଲଇଡା, ମରାପତ୍ରା, କିନାଲୋଇ, ଜୁନାଡିହୀ, ଲାଉମାଲ, କତରବଗା, ରେଙ୍ଗାଲି ହୋଇ ସମ୍ବଲପୁର ୯.୪୫ ପହଞ୍ଚିବ। ସେଠାରୁ ସେହି ରାସ୍ତାରେ ୧୦ଟାରେ ବାହାରି କୁଚିଣ୍ଡାରେ ୧୨.୩୦ମି.ରେ ପହଞ୍ଚିବ। ୧୨.୪୫ରେ କୁଚିଣ୍ଡାରୁ ବାହାରି ପୁଣି ସମ୍ବଲପୁରରେ ୩.୧୯ମି.ରେ ପହଞ୍ଚିବ। ୩.୩୦ ରେ କୁଚିଣ୍ଡା ଅଭିମୁଖେ ଆସି ଏଠାରେ ସଂଧ୍ୟା ୬ଟାରେ ପହଞ୍ଚିବ।
ତୃତୀୟ ବସ୍ ଲୋକାଲ ସମ୍ବଲପୁର ରାସ୍ତାରେ ୬.୪୦ କୁଚିଣ୍ଡାରୁ ବାହାରି ବକ୍ସମା, ତବଲାକଟା, ଭୋଜପୁର, ଟାଙ୍ଗରାଣି, ବଡମାଲ, ଜମନକିରା, ଚିନିମହୁଲ, ଆମଲାଙ୍ଗ, ବଡରମା, କୁଲୁଣ୍ଡି, ଗଉଡପାଲି ପଡିଆବାହାଲ, ସିନ୍ଦୁରପଙ୍କ, ଧନୁପାଲି ରାସ୍ତାରେ ସମ୍ବଲପୁର ୯.୨୧ ରେ ପହଞ୍ଚିବ। ପୁଣି ୧୦ଟାରେ ସମ୍ବଲପୁରରୁ ବାହାରି କୁଚିଣ୍ଡାରେ ୧.୪୦ରେ ପହଞ୍ଚିବ। ଏଠାରୁ ୨.୨୫ ରେ ବାହାରି ୫.୧୮ ରେ ସମ୍ବଲପୁର, ୫.୪୫ ରେ ସମ୍ବଲପୁରରୁ ବାହାରି କୁଚିଣ୍ଡାରେ ୮.୪୯ ରେ ପହଞ୍ଚିବ ବୋଲି ଜଣାପଡ଼ିଛି।