ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଉଡାନ କାଫେ ଏବଂ କିଡ୍ସ ଜୋନର ଶୁଭାରମ୍ଭ ହୋଇଛି। ଉଦଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ। ଏହି ଉଦଘାଟନ ପରେ ବିମାନବନ୍ଦରରେ ଏଣିକି ଖାଦ୍ୟପାନୀୟ ଶସ୍ତା ହେବ ବୋଲି କୁହାଯାଉଛି। ଏଠାରେ ସୁଲଭ ମୂଲ୍ୟରେ ଯାତ୍ରୀମାନେ ଚା, କଫି ଏବଂ ବିଭିନ୍ନ ପ୍ରକାର ଖଦ୍ୟାସାମଗ୍ରୀ ସ୍ୱଳ୍ପ ମୂଲ୍ୟରେ ପାଇପାରିବେ। କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ, ଯେଉଁଥିରେ ଯାତ୍ରୀମାନେ କମ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ।
ଗତବର୍ଷ ପ୍ରଥମେ କୋଲକାତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା। ପରେ ଚେନ୍ନାଇ, ଅହମଦାବାଦ, ପୁନେରେ ମଧ୍ୟ ଏହାକୁ ଖୋଲାଯାଇଥିଲା। ଏସବୁ ସହର ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ଏହାର ଶୁଭାରମ୍ଭ ହୋଇଛି।
ଉଦଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶରେ ୧୦ରୁ ୧୫ବଡ ବିମାନବନ୍ଦରରେ ଏହି କାଫେ ଖୋଲିବା । ଓଡ଼ିଶାରେ ୨୦ଟି ଏୟାର ଷ୍ଟ୍ରିପ ରହିଛି। ଯଦି ସେଠି ଜାଗା ମିଳିବ ତେବେ ସେଠାରେ ବିମାନବନ୍ଦର ନିର୍ମାଣ କରାଯିବ। ରାଜ୍ୟ ସରକାର ସହଯୋଗ କଲେ ତାହା ସମ୍ଭବ ହେବ। ପୁରୀ ବିମାନବନ୍ଦର ପାଇଁ ସାଇଟ କ୍ଲିୟରାନ୍ସ ଦିଆଯାଇଛି। ରାଜ୍ୟ ସରକାର ତା’ର ନିର୍ମାଣ କାର୍ଯ୍ୟ ଦେଖିବେ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତୁରନ୍ତ ପୁରୀରେ ବିମାନବନ୍ଦର ହେବ ବୋଲି ଆଶା ରଖିଛୁ। କହିଛନ୍ତି କେନ୍ଦ୍ର ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତୁ।
Udaan Cafe and Kids Zone | Bhubaneswar Airport