ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଭଙ୍ଗାରୁଜା, ଧାରଣାରେ ବସିଛନ୍ତି ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ

ବାରିପଦା:  ରଣକ୍ଷେତ୍ର ପାଲଟିଲା ଉଦଳା ଉପଖଣ୍ଡ ଡାକ୍ତରଖାନା । ଗତକାଲି ରାତିରେ କିଛି ଯୁବକ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଗଣ୍ଡଗୋଳରେ ଆଉଟଡୋର ଚୁରମାର ହୋଇଯାଇଛି । ଗଣ୍ଡଗୋଳ ଘଟାଇଥିବା ୩ ଯୁବକଙ୍କୁ କାବୁ କରିଛି ଉଦଳା ପୁଲିସ । ଗଣ୍ଡଗୋଳ ପରେ ଡାକ୍ତରଖାନା ଡାକ୍ତର ଓ କର୍ମଚାରୀ ଆଜି ସକାଳୁ ଧାରଣାରେ ବସିଛନ୍ତି ।

ଗତକାଲିର ଏହି ଘଟଣାବେଳେ ଭୟରେ ସୁରକ୍ଷା କର୍ମଚାରୀ ଓ ଡାକ୍ତରଖାନାର କର୍ମଚାରୀମାନେ ପଳାଇଥିଲେ । ମନଇଚ୍ଛା ଯୁବକମାନେ ଆସବାବପତ୍ର ସହ ଉପକରଣକୁ ଭାଙ୍ଗି ଛିନଛତ୍ର କରିଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି । ଖାଲି ସେତିକି ନୁହେଁ , ଉଦଳା ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସେବା ଠପ୍ ହୋଇଯାଇଛି।  ଏଠାକୁ ସ୍ଥାନୀୟ ବିଧାୟକ ଆସି ବୁଝାଶୁଝା କରିଥିଲେ ,କିନ୍ତୁ ସେମାନେ ସୁରକ୍ଷା ନ ମିଳିବା ଯାଏଁ ରୋଗୀ ସେବା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର