ରାଉରକେଲାର ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଖୋଲିଲା ହୋଲସେଲ୍ ଦୋକାନ

ରାଉରକେଲା: କଣ୍ଟେନମେଣ୍ଟ ଜୋନର କଟକଣା ପାଇଁ ହୋଲସେଲ ଗୋଦାମରେ ତାଲା ଝୁଲୁଥିଲା l ଟନ୍ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ଆଳୁ,ପିଆଜ, ଡାଲି, ଅଟା, ମଇଦା ଆଦି ସଢୁଥିଲା l ଏ ସମ୍ପର୍କିତ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଲା l ସହରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜିଠୁ ଉଦିତନଗର ପଡ଼ିଆରେ ହୋଲସେଲ୍ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି l

ପାଖାପାଖି ୨୦୦ ହୋଲସେଲ, ଖୁଚୁରା ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବଜାରରେ ମାଛ, ଆଳୁ, ପିଆଜ ସହ ବିଭିନ୍ନ ପନିପରିବା ମଧ୍ୟ ମିଳିବ। ଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ସପ୍ତାହରେ କେବଳ ୩ ଦିନ ପାଇଁ ମାଛ ମାଂସ ଦୋକାନ ଖୋଲା ରହିବ। ପରିବା ଓ ରାସନ ହୋଲସେଲ ବଜାରଗୁଡ଼ିକ ରେଡ୍ ଜୋନରେ ଆସିବା ପରେ ଖୁଚୁରା ବେପାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଉଦିତନଗର ପଡ଼ିଆରେ ଦୋକାନ ଖୋଲା ଯିବା ପରେ ଵ୍ୟଵସାୟୀଙ୍କୁ ଟିକେ ଆଶ୍ବସ୍ତି ମିଳିଛି l
ଆଜି ସକାଳେ ହୋଲସେଲ ତଥା ଖୁରୁରା ବ୍ୟବସାୟ କରୁଥିବା ଲୋକମାନେ ଦୋକାନ ଖୋଲି ରଖିଥିଲେ। ବହୁ ସଂଖ୍ୟାରେ ଲୋକେ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିବା ଦେଖା ଯାଇଥିଲା l ଏହାସହ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ପୁଲିସ ମଧ୍ୟ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର