ୟୁଜି ଓ ପିଜି ପରୀକ୍ଷା ନିଷ୍ପତ୍ତି ଆଜି

ଭୁବନେଶ୍ବର : ରାଜ୍ୟ ବିଶ୍ବବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତିରେ ଅନୁଷ୍ଠିତ ହେବ, ସେନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା କୁଳପତି ସମ୍ମିଳନୀରେ ଚୂଡ଼ାନ୍ତ ମୋହର ଲାଗିବାର ସମ୍ଭାବନା ଅଧିକ ରହିଛି। ବୈଠକ ପୂର୍ବରୁ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନେ ସେମାନଙ୍କ ଅଧୀନ ସ୍ବୟଂଶାସିତ କଲେଜ, ଡିଗ୍ରି କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି। ସମସ୍ତଙ୍କ ମତାମତକୁ ଆଧାର କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର