ଏବେ ହେବନି ୟୁଜି ଓ ପିଜି ପରୀକ୍ଷା, ଚିଠି ଲେଖି ଜଣାଇଲେ ଉଚ୍ଚ ଶିକ୍ଷା ବିଭାଗ ସଚିବ ତଥା କମିସନର୍

ଭୁବନେଶ୍ବର: ଏବେ ହେବନି ୟୁଜି ଓ ପିଜି ପରୀକ୍ଷା । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ଓ ସରକାରୀ ତଥା ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ ମହାମାରୀ କରୋନା ଯୋଗୁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ପାଠପଢା ଚାଲିଛି, ହେଲେ ସବୁ ପିଲା ସୁବିଧା ପାଇନାହାନ୍ତି । ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା କରିହେବନି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

କ୍ଲାସରୁମରୁ ପାଠପଢା ଆରମ୍ଭ ହେଲେ ଏବଂ ପାଠ୍ୟକ୍ରମ ସରିଲେ ପରୀକ୍ଷା ନେଇ ବିଚାର କରାଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ତଥା କମିସନର୍ ଶାଶ୍ବତ ମିଶ୍ର ଚିଠି ଲେଖି ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ ସରକାରୀ ତଥା ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଯୋଗୁଁ ରାଜ୍ୟରେ ସବୁ ସ୍କୁଲ, କଲେଜ ବନ୍ଦ ରହିଛି । ତେଣୁ ଅନଲାଇନ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ହେଲେ ଏହି ପାଠ ପଢାରେ ପରୀକ୍ଷା ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ସ୍କୁଲ ପାଠ୍ୟକ୍ରମ ଆରମ୍ଭ ହେଲେ ପରୀକ୍ଷା ହେବ ବୋଲି କହିଛନ୍ତି ସରକାର ।

ସମ୍ବନ୍ଧିତ ଖବର