ୟୁଜି ଓ ପିଜି ପରୀକ୍ଷା ହେବା ନେଇ ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି: ସୂଚନା ଦେଲେ ଅରୁଣ ସାହୁ

ଭୁବନେଶ୍ବର: ଚଳିତବର୍ଷ ହୋଇପାରେ ୟୁଜି ପିଜି ପରୀକ୍ଷା । ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ତେବେ ପରୀକ୍ଷା ହେବ ନା ନାହିଁ ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୧୮ ତାରିଖରେ ନିଆଯିବ । ଏହି ୭ ଦିନ ଭିତରେ କୁଳପତିମାନେ ସେମାନଙ୍କ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବ ।

ଆଜି ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଗତବର୍ଷ ପରୀକ୍ଷାକୁ ନେଇ ଆଲୋଚନା ହୋଇଛି । ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବା ବେଳେ ଓଡ଼ିଶା ସରକାର ପରୀକ୍ଷା କରିଥିଲେ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ମହାମାରୀ ଯୋଗୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ଥିବାରୁ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । କୋର୍ସ ଶେଷ ହେବା ସହ ପରୀକ୍ଷା କରାଇବା ଦିଗରେ ସମସ୍ତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମତାମତ ନେବେ କୁଳପତି । ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରିବା ପରେ ସରକାରଙ୍କୁ ଜଣାଇବେ ଏବଂ ସରକାର ଆଗାମୀ ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ସମ୍ବନ୍ଧିତ ଖବର