ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ୟୁଜିସି ଦେଲା ମାର୍ଗଦର୍ଶିକା

ଭୁବନେଶ୍ୱର : କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ନିର୍ଦ୍ଦେଶକ୍ରମେ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉଦ୍ଦଶ୍ୟରେ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କରୋନା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ୟୁଜିସି ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।

ଛାତ୍ରଛାତ୍ରୀଙ୍କ ହୀତ ଦୃଷ୍ଟିରୁ ହେଲ୍ପଲାଇନ ଚାଲୁ କରିବା ସହ ସେ ଦିଗରେ ନିୟମିତ ଭାବେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ଓ ନିବେଦନ ଜରିଆରେ ଶାନ୍ତ, ମାନସିକ ଚାପ ମୁକ୍ତ ରହିବା ଦିଗରେ ପରାମର୍ଶ ଦେବାକୁ କୁହାଯାଇଛି। ଏହା ଟେଲିଫୋନ, ଇ-ମେଲ ଓ ସାମାଜିକ ଗଣମାଧ୍ୟମ ଜରିଆରେ କରାଯାଇ ପାରିବ। ଛାତ୍ରାବାସର ୱାଡେନ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ନେତୃତ୍ଵରେ କୋଭିଡ-୧୯ ହେଲ୍ପ ଗ୍ରୁପ ଗଠନ କରାଯାଇ ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ ”www.mohfw.gov.in” ରେ ଉପଲବ୍ଧ ଭିଡିଓ ଲିଙ୍କ୍‌ ବା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ୱେବସାଇଟ ସହିତ ଇ-ମେଲ, ଫେସବୁକ, ୱାଟସଆପ ଜରିଆରେ ସଂଶ୍ଳିଷ୍ଟ ହେବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର