ୟୁଜିସି ପକ୍ଷରୁ ଦେଶର ସମସ୍ତ ଅଧ୍ୟକ୍ଷ ଓ କୁଳପତିଙ୍କୁ ଚିଠି : ଛାତ୍ରଛାତ୍ରୀଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦିଅ

କରୋନା ମୁକାବିଲା ପାଇଁ ‘ଆରୋଗ୍ୟ ସେତୁ’

ଭୁବନେଶ୍ୱର : କରୋନାକୁ ନେଇ ସମଗ୍ର ଦେଶ ଲକ୍‍ଡାଉନ୍‍। ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍କୁଲଗୁଡିକ ବନ୍ଦ ରହିଛି। ଏଭଳି ସମୟରେ ଛାତ୍ରଛାତ୍ରୀଙ୍କୁ କରୋନା ମୁକାବିଲା ଓ ରୋଗ ପ୍ରତିଷେଧକ ବୃଦ୍ଧି ସମ୍ପର୍କରେ ଅବଗତ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୟୁଜିସି ସଚିବ ରଜନୀଶ ଜୈନ୍‍ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, କାରୋନା ମୁକାବିଲା ପାଇଁ କେନ୍ଦ୍ର ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍‍ ପ୍ରସ୍ତୁତ କରିଛି। ଏହି ଆପ୍‍ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସେମାନଙ୍କ ପରିବାରକୁ ଜଣାଅ। ଏହି ଆପ୍‍ ସମ୍ବନ୍ଧରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହାକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସେମାନଙ୍କର ପରିବାର ସଦସ୍ୟ ନିୟମିତ ଭାବେ ପାଳନ କଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଉଷୁମ କ୍ଷୀର ମିଶାଇ ପିଇବା ଭଳି ବିଭିନ୍ନ ପ୍ରକାରର ସୂଚନା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯେତେଦୂର ସମ୍ଭବ ଅଧ୍ୟାପକ ଓ ବିଦ୍ୟାର୍ଥୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର