ଭୁବନେଶ୍ବର : ଜୁନିଅର ରିସର୍ଚ୍ଚ ଫେଲୋସିପ୍ ପାଇଁ ମେ’ ମାସରେ ୟୁଜିସି-ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୨ରୁ ୭, ୧୦ରୁ ୧୨, ୧୪ ଓ ୧୭ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ପେପର ଓ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ। ପ୍ରଥମ ସିଫ୍ଟର ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ବିତୀୟ ସିଫ୍ଟ ପରୀକ୍ଷା ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ହେବ। ପ୍ରଥମ ପେପର୍ରେ ୧୦୦ ମାର୍କ ରହିଥିବା ବେଳେ ଦ୍ବିତୀୟ ପେପରରେ ୨୦୦ ମାର୍କ ରହିଛି। ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମୋଡ୍ରେ ଅନୁଷ୍ଠିତ ହେବ। ଯେଉଁମାନେ ପରୀକ୍ଷା ଦେବା ଲାଗି ଇଚ୍ଛୁକ ସେମାନେ www.nta.ac.in ଏବଂ https://ugcnet.nta.nic.in ୱେବସାଇଟ୍ରୁ ସବିଶେଷ ତଥ୍ୟ ପାଇପାରିବେ। ଫେବ୍ରୁଆରି ୨ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଅବେଦନ କରିପାରିବେ। ଆବେଦନ ଫି’ ଦାଖଲ କରିବାର ସମୟ ସୀମା ମାର୍ଚ୍ଚ ୩ ରଖାଯାଇଛି।
ମେ’ରେ ୟୁଜିସି-ନେଟ୍
/sambad/media/post_attachments/wp-content/uploads/2021/02/UGC-NET-1500278416_835x547.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)