ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୟୁଜିସି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗୀର ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପରିଷଦ ପକ୍ଷରୁ କହାଯାଇଛି ଯେ, ରାଜ୍ୟ ସରକାର ବିଜ୍ଞପ୍ତି ଦ୍ୱାରା ନାମକୁ ମାତ୍ର ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି। ରାଜ୍ୟର କୌଣସି ନୀତିନିୟମ ମାଧ୍ୟମରେ ଏହା ପ୍ରତିଷ୍ଠା କରାଯାଇ ନଥିବା କାରଣରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁସିଜି ସ୍ୱୀକୃତି ଦେଇନାହିଁ। ଏଭଳି ଅଭିଯୋଗ କରି ଏହା ରାଜ୍ୟ ସରକାରଙ୍କ ଆପାରଗତା ବୋଲି କହାଯାଇଛି। ତୁରନ୍ତ ଏ ଦିଗରେ ଥିବା ସବୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ରାଜ୍ୟ ସହସମ୍ପାଦକ ବିଜୟ କଲତା ଓ ନଗର ସମ୍ପାଦକ ରାହୁଲ ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। କୁଳପତି ସବୁ କିଛି ଠିକଠାକ ହେବ ବୋଲି ଆଶ୍ୱାସନା ଦେଇଥିଲେ। ପରିଷଦର ନଗର ସହସମ୍ପାଦକ ସାହିଲ ପାଣିଗ୍ରାହୀ, ସରୋଜ ସାହୁ, ଦୀପକ ମିଶ୍ର, ଲଳିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/b40c1776-2e8c-4aea-837e-ca78f2eb46a6.jpg)