ବ୍ରହ୍ମପୁର: ବୁଧବାର ଅପରାହ୍ଣରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିକିଟି ବିଧାନସଭା ଆସନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ଉଷା ଦେବୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ନିଜର ବହୁ ସମର୍ଥକ ଏବଂ ବିଜେଡି ନେତାମାନଙ୍କ ଗହଣରେ ଏଡିଏମ୍ଓ ଲକ୍ଷ୍ମୀନାରାୟଣ ସେଠୀଙ୍କ ଅଫିସ୍ରେ ପହଞ୍ଚି ଉଷାଦେବୀ ୨ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମ୍ପୃକ୍ତ ଆସନରେ ଏବେ ଉଷାଦେବୀ ବିଧାୟିକା ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/usha-devi.jpg)