ଭୁବନେଶ୍ୱର : ଯେଉଁ ଗ୍ୟାସ୍ ସିଲିଣ୍ଡର୍ ଉପରେ ଉଜ୍ଜଳା ଲୋଗୋ ଲାଗିଛି, ତାହା କେବଳ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଉଜ୍ଜଳାର ବ୍ରାଣ୍ଡିଂ ଓ ସବୁ ଶ୍ରେଣୀ ଗ୍ରାହକମାନଙ୍କୁ ଉଜ୍ଜଳା ବ୍ରାଣ୍ଡିଂର ସିଲିଣ୍ଡର ଯୋଗାଇ ଦିଆଯାଉଛି। ବିଜେଡି ତରଫରୁ ଉଜ୍ଜଳା ଯୋଜନା ନେଇ ଆନ୍ଦୋଳନ ପରିପ୍ରେକ୍ଷୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏଚ୍ପିସିଏଲ୍ର ଏଲ୍ପିଜି ଡିଜିଏମ୍ ଧର୍ମେନ୍ଦ୍ର ବେହୁରା ଏହି ସୂଚନା ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କୁ ଦାୟିତ୍ବ ଠେଲି ସେ କହିଛନ୍ତି, ଘରୋଇ ସିଲିଣ୍ଡର୍ ବଜାରରେ ବିକ୍ରି ହେଲେ ଏହା ଉପରେ ରୋକ୍ ଲଗାଇବା ଦାୟିତ୍ବ ରାଜ୍ୟ ଖାଉଟି ଓ ଯୋଗାଣ ବିଭାଗର। ଏପରି ହେଉଥିେଲ ଏହାକୁ ଧରି ବ୍ୟବହାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଉଜ୍ଜଳା ହିତାଧିକାରୀ ଚୟନ ଠିକ୍ ଭାବେ କରିବା ପାଇଁ ତୈଳ ବିପଣନ କମ୍ପାନିଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି। ରାଜନଗରରେ ଗ୍ୟାସ୍ ବିତରଣରେ ଅନିୟମିତତା ଖବର ମିଳିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶ୍ରୀ ବେହୁରା କହିଛନ୍ତି।
ଉଜ୍ଜଳା ଲୋଗୋ ଲାଗିଥିବା ସିଲିଣ୍ଡର୍ କେବଳ ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ
ତୈଳ ବିପଣନ କମ୍ପାନିଙ୍କ ପ୍ରତିକ୍ରିୟା
/sambad/media/post_attachments/wp-content/uploads/2018/10/ujjwala-yojna-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)