ଉଜ୍ଜଳା ଯୋଜନାରେ ପ୍ରତିବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବିଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନ ସମ୍ପୂର୍ଣ ରୂପେ ଅସତ୍ୟ ଓ ତଥ୍ୟ ଉପରେ ଆଦୌ ଆଧାରିତ ନୁହେଁ ବୋଲି ଏକ ପତ୍ର ଲେଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି, ଲୋକଙ୍କ ଧ୍ୟାନ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରି ମୋଟ ୧.୨ କୋଟି ରିଫିଲ୍‌ ନେଇଛନ୍ତି। ହିତାଧିକାରି ପିଛା ୩.୭ ହାରରେ ଗ୍ୟାସ ସିଲିଣ୍ତରର ବ୍ୟବହାର େହାଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ଉଜ୍ଜଳା ଯୋଜନାର ବ୍ୟବହାର ହାର ସହ ସମାନ। ଏହା ରାଜ୍ୟରେ ଜାଳେଣି ବ୍ୟବହାର ନେଇ ବଦଳୁଥିବା ବ୍ୟବହାରର ପ୍ରମାଣ। ଉଜ୍ଜଳା ଯୋଜନାରେ ଏଲପିଜି ଯୋଗାଇ ଦେବାପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବଶୀଘ୍ର ଏଲପିଜି ଯୋଗାଣ ଲକ୍ଷ ପୂରଣ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଏହାସହ ଖୋର୍ଧା ଠାରେ ଏଲପିଜି ବଟଲି˚ ପ୍ଲା˚ଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବାପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର