ଉଜ୍ଜ୍ବଳା କେଳେଙ୍କାରୀ :ଖୋଳିଲେ ବାହାରିବେ ଆହୁରି ଭୂତ
ବର୍ତମାନ ସୁଦ୍ଧା ୧୨୦୬ ଭୂତ ହିତାଧିକାରୀ ଚିହ୍ନଟ, ବାହାର ଜିଲ୍ଲାର ହିତାଧିକାରୀଙ୍କ ଗ୍ୟାସ୍ ହଡ଼ପ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ବ୍ୟାପକ କେଳଙ୍କାରୀ ସାମ୍ନାକୁ ଆସିଛି । ବିଭିନ୍ନ ଇନ୍ଧନ ଗ୍ୟାସ୍ କମ୍ପାନି ପକ୍ଷରୁ ଉଜ୍ଜ୍ବଳା ଯୋଜନାରେ ଗରିବ ହିତାଧିକାରୀଙ୍କୁ ରିହାତି ମୂଲ୍ୟରେ ୧୦୮୯୩୯ଟି ସ˚ଯୋଗ ଦିଆଯାଇଥିବା ବେଳେ ଏଥିରୁ ହଜାର ହଜାର ସ˚ଖ୍ୟାରେ ଭୂତ ସ˚ଯୋଗ ଦିଆଯାଇଥିବାରୁ ଏହି ଯୋଜନାର ସୁଫଳ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାର କେବଳ ରାଜନଗର ବ୍ଲକ୍ରେ ୧୨୦୬ରୁ ଅଧିକ ଭୂତ ହିତାଧିକାରୀ ଠାବ କରାଯିବା ପରେ ସ˚ପୃକ୍ତ ଗ୍ୟାସ୍ କମ୍ପାନି ସ୍ଥାନୀୟ ଇଣ୍ତେନ୍ ବିତରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟ ବ୍ଲକ୍ରେ ବିଧିବଦ୍ଧ ତଦନ୍ତ କରାଗଲେ ଏପରି ଭୂତ ହିତାଧିକାରୀଙ୍କ ତାଲିକା ଲମ୍ବିବ ବୋଲି କୁହାଯାଉଛି । ଅବଶ୍ୟ ଗ୍ୟାସ୍ କମ୍ପାନି କର୍ତୃପକ୍ଷ ସେହି ବିତରକଙ୍କୁ ହଟାଇ ନୂଆ ବିତରକଙ୍କ ଜରିଆରେ ଗ୍ୟାସ୍ ବିତରଣ ବ୍ୟବସ୍ଥା କରିଛନ୍ତି । ୩ଟି ତୈଳ କମ୍ପାନିର ଅଧିକାରୀ ପହଁଚି ଜିଲ୍ଲାର ୨୬ଟି ଗ୍ୟାସ୍ ବିତରକଙ୍କ କାର୍ଯ୍ୟାଳୟରେ ରେକର୍ଡପତ୍ର ଯା˚ଚ କରିଥିଲେ । କିନ୍ତୁ ଯା˚ଚ ପରେ ଗ୍ୟାସ୍ କମ୍ପାନିର ଯୁଗ୍ମ ସ˚ଯୋଜକ କେବଳ ରାଜନଗର ଛାଡ଼ି ଦେଲେ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଏପରି କେେଳଙ୍କାରି ହୋଇ ନଥିବା ନେଇ ଭୁବନେଶ୍ବର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି ବାଢ଼ିଥିଲେ । କିନ୍ତୁ କେବଳ କେନ୍ଦ୍ରାପଡ଼ା ନୁହଁ ବର˚ ସାରା ରାଜ୍ୟରେ ଲକ୍ଷାଧିକ ଜାଲ ହିତାଧିକାରୀଙ୍କ ନାମରେ ଗ୍ୟାସ୍ ସ˚ଯୋଗ କରାଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଲାଣି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁ କେତେକ ହିତାଧିକାରୀଙ୍କ ଜାଲ ନାମ ଧରାପଡ଼ିଥିଲା ସେଥିରୁ କେତେକ କଳାହାଣ୍ତି, ବଲାଙ୍ଗୀର , ବୌଦ୍ଧ ଭଳି ଜିଲ୍ଲାର ଲୋକଙ୍କ ନାମରେ ଗ୍ୟାସ୍ ସ˚ଯୋଗ ଇସ୍ୟୁ ହୋଇଥିବା ଜଣାପଡ଼ିଥିଲା । କେବଳ ରାଜନଗର ନୁହଁ ଗରଦପୁର, ମହାକାଳପଡ଼ା, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ତାଇ ପ୍ରଭୃତି ବ୍ଲକ୍ରେ ଏହି ଉଜ୍ଜ୍ବଳା ଯୋଜନାରେ ଭୂତ ହିତାଧିକାରୀଙ୍କ ନାମରେ ଗ୍ୟାସ୍ ସ˚ଯୋଗ ଦିଆଯାଇଛି । ଗ୍ୟାସ୍ ବିତରକଙ୍କ ପାଇଁ ଗ୍ୟାସ୍ କମ୍ପାନି ଧାର୍ଯ୍ୟଲକ୍ଷ୍ୟ ରଖିଥିବାରୁ ସେମାନେ ତରବରିଆ ଭାବେ କାଗଜପତ୍ର ଯୋଗାଡ଼ କରି ଭୁଲ କରି ବସିଛନ୍ତି । ଜାଲ ପ୍ରମାଣପତ୍ର ଜରିଆରେ ହିତାଧିକାରୀ ଚୟନ ହୋଇଛି । ଗରିବ ହିତାଧିକାରୀ ଗ୍ୟାସ୍ ସ˚ଯୋଗ ପାଇଁ ପ୍ରଥମେ ୧୬ଶହ ଟଙ୍କା ଜମା ଦେଇ ନ ପାରିଲେ ଋଣ ଆକାରରେ ତାହା ଦିଆଯିବା ସହ ପରବର୍ତ୍ତି ସମୟରେ ହିତାଧିକାରୀଙ୍କ ପାଇଁ ଆସୁଥିବା ସବ୍ସିଡ଼ି ଅର୍ଥ ଋଣ କିସ୍ତିରେ ପରିଶୋଧ ବ୍ୟବସ୍ଥା ରହିଛି । ସେ ଅନୁସାରେ ଗ୍ୟାସ୍ ଏଜେନ୍ସ ଗୁଡ଼ିକ ମିଥ୍ୟା କାଗଜପତ୍ରରେ ହିତାଧିକାରୀଙ୍କ ନାମରେ ୧୬ଶହ ଟଙ୍କା ଋଣରେ ଗ୍ୟାସ୍ ସ˚ଯୋଗ ଦେଇଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ସବ୍ସିଡ଼ିକୁ କିସ୍ତି ଭାବେ ପୈଠ କରିଛନ୍ତି । ଏପରିକି କେତେକ ସ୍ଥାନରେ ଋଣ କିସ୍ତି ପୈଠ ହୋଇ ନାହିଁ କି ଗ୍ୟାସ୍ ଉଠି ନାହିଁ । ସ˚ଯୋଗ ବାବଦରେ ଆସିଥିବା ଚୂଲା, ଗ୍ୟାସ୍ ଟାଙ୍କି ଆଦିକୁ ଖୋଲା ବଜାରରେ ବିକ୍ରି କରି ବିତରକ ଲାଭ ଉଠାଇଛନ୍ତି ।
ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ସମ୍ପର୍କରେ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ଜିଲ୍ଲା ଯୋଗାଣ ବିଭାଗକୁ ରିପୋର୍ଟ ମାଗିଥିଲେ । କିନ୍ତୁ ଯୋଗାଣ ବିଭାଗର ଏହି ଉଜ୍ଜ୍ବଳା ଗ୍ୟାସ୍ ବଣ୍ଟନରେ କୌଣସି ନିୟନ୍ତ୍ରଣ ନଥିବା ଦର୍ଶାଇ କେବଳ ଗ୍ୟାସ୍ ବଣ୍ଟନ ପରିସ˚ଖ୍ୟାନ ତଥ୍ୟ ମଗାଇ ଚୁପ୍ ରହିଲେ। ବିଭିନ୍ନ ଗ୍ୟାସ୍ ବିତରକ ସ˚ସ୍ଥାର ସ˚ଯୋଜକ ଥିବା ଜିତାମ୍ରିତ ଦତ୍ତ ଜିଲ୍ଲାପାଳଙ୍କୁ କେବଳ ରାଜନଗରର ସ˚ପୃକ୍ତ ବିତରକଙ୍କ ବିରୋଧରେ ଜାଲ୍ ଗ୍ୟାସ୍ ସ˚ଯୋଗର ପ୍ରମାଣ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ଓ ଅନ୍ୟ କୌଣସି ସ୍ଥାନରେ ଏପରି ଅନିୟମିତତା େହୋଇ ନଥିବା ସଫେଇ ଦେଇଥିଲେ । ତା ପରଠୁ ଜାଲ୍ ପ୍ରମାଣପତ୍ରରେ ଗ୍ୟାସ୍ ସ˚ଯୋଗ ସମ୍ପର୍କିତ କୌଣସି ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇନାହିଁ ।
କେନ୍ଦ୍ରାପଡ଼ା ଜିଲ୍ଲା ଯୋଗାଣ ବିଭାଗ ବିଭିନ୍ନ ଯୋଗାଣ ନିରୀକ୍ଷକମାନଙ୍କ ଜରିଆରେ ସ˚ଗୃହୀତ ରିପୋର୍ଟ ଅନୁସାରେ ମୁଖ୍ୟତଃ ୩ଟି ଗ୍ୟାସ୍ କମ୍ପାନି ଏଚ୍ପି, ଆଇଓସିଏଲ୍ ଓ ଭାରତ ଗ୍ୟାସ୍ ଗ୍ୟାସ୍ ସ˚ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଗ୍ୟାସ୍ ଯୋଜନାରେ ଜିଲ୍ଲାରେ ଏହି ୩ଟି ଗ୍ୟାସ୍ ଏଜେନ୍ସି ଦ୍ବାରା ୮୫୬୭୦ ସିଙ୍ଗଲ ଓ ୪୬ ହଜାର ୨୨୮ ଡବଲ୍ କନେକ୍ସନ୍ ଏପରି ମୋଟ ୧ ଲକ୍ଷ ୮୬୪୭ ହିତାଧିକାରୀଙ୍କୁ ଗ୍ୟାସ୍ ସ˚ଯୋଗ ଦିଆଯାଇଛି । ଏଥିରୁ ଉଜ୍ଜ୍ବଲାରେ ଏଚ୍ପିଏଜେନ୍ସି ଦ୍ବାରା ୫୫୮୭୪ ହିତାଧିକାରୀଙ୍କୁ ସିଙ୍ଗଲ୍ ଓ ୨୩୪ଟି ଡବଲ୍ କନେକ୍ସନ୍ ଦିଆଯାଇଛି । ଆଇସିଏଲ୍ ଦ୍ବାରା ୨୦୪୭୩ ଓ ୩୮ଟି ଡବଲ୍ କନେକ୍ସନ୍ ଏବ˚ ଭାରତ ଗ୍ୟାସ୍ ଏଜେନ୍ସି ଦ୍ବାରା ୩୨୩୩୬ ସିଙ୍ଗଲ ଓ ୨୦ଟି ଡବଲ୍ କନେକ୍ସନ୍ ଦିଆଯାଇଛି । କିନ୍ତୁ ଏସବୁ ଗ୍ୟାସ୍ ସ˚ଯୋଗଗୁଡ଼ିକରୁ କେତେ ସ˚ଖ୍ୟାରେ ଭୂତ ହିତାଧିକାରୀ ତାହା ତଦନ୍ତ ସାପେକ୍ଷ । ବିଧିବଦ୍ଧ ତଦନ୍ତ ହେଲେ ବଡ଼ ଧରଣରର ଦୁନୀର୍ତି ସାମ୍ନାକୁ ଆସିବ ବୋଲି କୁହାଯାଉଛି ।