ମାନସିକ ବିକୃତ ଯୁବକଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି ପରିବାର!

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ପ୍ରିୟାଂଶୁ ମହାକୁର (୨୦)ଙ୍କର ମାନସିକ ବିକୃତି ଦେଖା ଦେବାରୁ ତାଙ୍କୁ ଘରେ କବାଟ ଦେଇ ରଖୁଥିବା ତାଙ୍କ ମା’ କହିଛନ୍ତି l ତାଙ୍କ ମା’ଙ୍କ କହିବା ଅନୁସାରେ ପ୍ରାୟ ୫ବର୍ଷ ହେଲା ମାଟ୍ରିକ୍ ପଢିବା ଦିନଠାରୁ ପ୍ରିୟାଂଶୁଙ୍କ ମୁଣ୍ଡ କାମ କରୁ ନ ଥିବାରୁ ଅନେକ ସମୟରେ ସେ ତାଙ୍କୁ  ଓ ଭଉଣୀଙ୍କୁ ହଇରାଣ କରିଥାଏ ବୋଲି ସେ କହିଛନ୍ତି।

ଏହାପରେ ପ୍ରିୟାଂଶୁଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ସେ ଭଲ ହୋଇ ପାରି ନାହିଁ l ଏହା ଫଳରେ ଅନେକ ସମୟରେ ତାଙ୍କୁ ନିଜ ଘର ଭିତରେ କବାଟ ଦେଇ ରଖିବା ସହ ବାନ୍ଧି ରଖିବାକୁ ପଡ଼ୁଛି l ତାଙ୍କ ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ ହୋଇ ଗଲାଣି। ଆଉ ହାତରେ ଟଙ୍କା ନ ଥିବାରୁ ଆଉ ଚିକିତ୍ସା କରାଯାଇ ପାରୁନାହିଁ ବୋଲି ମା’ କହିଛନ୍ତି।

ସୂଚନାଯୋଗ୍ୟ, ମା’ଙ୍କୁ ପଞ୍ଚାୟତରୁ ବିଧବା ଭତ୍ତା ବାବଦରେ ୫୦୦ ଟଙ୍କା ମିଳିଥାଏ। ପୁଅ ପ୍ରିୟାଂଶୁର ମାନସିକ ବିକୃତି ଦେଖା ଦେବାରୁ ବାଧ୍ୟ ହୋଇ ଘର ଭିତରେ ତାଲା ଦେଇ ରଖିବାକୁ ପଡ଼ୁଛି। ପ୍ରିୟାଂଶୁଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ପୁଅର ଝାଡ଼ା ଅନେକ ସମୟରେ ବନ୍ଦ ହୋଇ ଯାଉଥିବାରୁ ମାନସିକ ବିକୃତି ଦେଖା ଦେଉଛି l ଏ ନେଇ ଜିଲ୍ଲା ପ୍ରଶାସନଠାରୁ ସହାୟତା ଲାଗି ଅପେକ୍ଷା କରିଥିବା କହିଛନ୍ତି ପ୍ରିୟାଂଶୁର ମା’।

ସମ୍ବନ୍ଧିତ ଖବର