ଉଲିବୁରୁ ଖଣି ଦୁର୍ନୀତି: କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା

କେନ୍ଦୁଝର: ଉଲିବୁରୁ ଖଣି ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। କେନ୍ଦୁଝର ଜେଲରୁ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟକୁ ଅଣାଯାଇଥିଲା। ତାଙ୍କ ସହିତ ଏହି ଘଟଣାରେ ଗିରଫ ହୋଇ ଜାମିନ୍‌ରେ ଆସିଥିବା ଖଣି ଲିଜ୍‌ଧାରୀ ବି.କେ.ମହାନ୍ତି, ପୂର୍ବତନ ଯୋଡା ଖଣି ଉପନିର୍ଦ୍ଦେଶକ ମାନସ ମହାନ୍ତି, ହଳଧର ଦାଶ, ଏସ୍‌ଏନ୍‌ ସାହୁ, ଏସ୍‌.ରାଉତ ପ୍ରମୁଖ କୋର୍ଟରେ ହାଜର ହୋଇଥିଲେ। ଆସନ୍ତା ୨୬ ତାରିଖରେ ଏମାନେ ପୁଣି କୋର୍ଟରେ ହାଜର ହେବାକୁ ତାରିଖ ଧାର୍ଯ୍ୟ ହୋଇଛି। ପ୍ରକାଶଥାଉକି, ଉଲିବୁରୁ ଖଣି ଦୁର୍ନୀତିରେ ୮ ଶହ କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କୁ ଏହି ମାମଲାରେ ଜାମିନ୍‌ ମିଳିଛି।

ସମ୍ବନ୍ଧିତ ଖବର