ଉଲିବୁରୁ ଖଣି ଦୁର୍ନୀତି ମାମଲା: ହରିଚରଣଙ୍କ ଆଗୁଆ ଜାମିନ ଖାରଜ

କଟକ : ଉଲିବୁରୁ ଖଣି ଦୁର୍ନୀତିର ଅଭିଯୁକ୍ତ ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଯଦି ହରିଚରଣ ‌ନିମ୍ନ ଅଦାଲତରେ ଆତ୍ମସମର୍ପଣ କରନ୍ତି ତେବେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ହରିଚରଣଙ୍କୁ ଜାମିନରେ ଛାଡିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିଚରଣଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ବାପା ହରିଚରଣ ଗୁପ୍ତା ପ୍ରାୟ ୯ ବର୍ଷ ହେବ ଫେରାର ରହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ହେମନ୍ତ କୁମାର ମୁଣ୍ଡ, ଅନିମା କୁମାରୀ ଦେଈ ଏବଂ ଭିଜିଲାନ୍ସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏନ.ସି.ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର