ଉଲିବୁରୁ ଖଣି ଦୁର୍ନୀତି : ପୁଣି ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଆବେଦନ

କଟକ : ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତା ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୂର୍ବରୁ ୨୦୧୭, ଅଗଷ୍ଟ ୨୪ରେ ତାଙ୍କ ଜାମିନ ହାଇକୋର୍ଟ ଖାରଜ କରିଥିଲେ।। ଏଥି ପୂର୍ବରୁ ସେ ଜାମିନ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକଙ୍କୁ ୨୦୧୩, ସେପ୍ଟେମ୍ବର ୫ରେ ଭିଜିଲାନ୍ସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର