ପୁରୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ଶନିବାର ଗଙ୍ଗାସାଗର ପୁଣ୍ୟ ସ୍ନାନ କରିବା ପରେ ଆଜି ପୁରୀରେ ପହଞ୍ଚିଛନ୍ତି। ପୁରୀକୁ ସେ ୫ ଦିନିଆ ଗସ୍ତରେ ଆସିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଅବସରରେ ରବିବାର ସେ ଶ୍ରୀଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଆଦିଗୁରୁଙ୍କ ଆଶୀର୍ବାଦ ନେବାପରେ ଶ୍ରୀମନ୍ଦିର ନିକଟକୁ ଆସି ପତିତପାବନଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ସେ ମହୋଦଧି ଆଳତି କାର୍ଯ୍ୟକ୍ରମରେ ସାମିଲ୍ ହେବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଅଚାନକ ପୁରୀ ଆସିଥିବା ବେଳେ ରାଜନୈତିକ ମହଲରେ ଏହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ପୁରୀରେ ଉମା ଭାରତୀ
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ, ମହୋଦଧି ଆଳତିରେ ଯୋଗଦେବେ
/sambad/media/post_attachments/wp-content/uploads/2022/01/uma-bharati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)