ଉମାମଣି ହୋମ କ୍ରିଏସନ ମାମଲାରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ଉମାମଣି ହୋମ୍‌ କ୍ରିଏସନ ପ୍ରାଇଭେଟ ଲିମିଟେଡର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ କଟକ ଡେଜିଗନେଟେଡ୍‌ କୋର୍ଟ ୨୦୧୬, ସେପ୍ଟେମ୍ବର ୮ରେ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି। କ୍ରାଇମବ୍ରାଞ୍ଚ ଜବତ କରିଥିବା ସଂସ୍ଥାର ଦୁଇଟି ଗାଡି ବାଜ୍ୟାପ୍ତି କରିବା ପାଇଁ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଅନ୍ୟପକ୍ଷରେ ଉମାମଣି ସଂସ୍ଥା ମୁଖ୍ୟ ନାରାୟଣ ଚନ୍ଦ୍ର ନାୟକଙ୍କ ଆବେଦନର ଶୁଣାଣି କରି ୨୦୧୭, ଡିସେମ୍ବର ୧୧ରେ ହାଇକୋର୍ଟ ୨୦୧୬, ସେପ୍ଟେମ୍ବର ୮ର ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏପରି ପରିସ୍ଥିତିରେ ଜବତ ଦୁଇ ଗାଡିକୁ ଜିମାରେ ନେବା ପାଇଁ ଆବେଦନ ଦାୟର କରାଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଂଗରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଉମାମଣି ହୋମ କ୍ରିଏସନ ଠକେଇ ନେଇ କ୍ରାଇମବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ ହେବା ପରେ ୨୦୧୩, ଜୁନ୍‌ ୫ରେ ସଂସ୍ଥାର ଏମଡି ନାରାୟଣ ଚନ୍ଦ୍ର ନାୟକଙ୍କୁ ଓ ୨୦୧୫, ଜାନୁଆରି ୭ରେ ତାଙ୍କ ପତ୍ନୀ ତଥା ନିର୍ଦ୍ଦେଶିକା ସୁନିତା ନରେନ୍ଦ୍ର ସିଂଙ୍କୁ ଗିରଫ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର