କେନ୍ଦୁଝର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରସ୍ଥିତ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଗତକାଲି ଭିଜିଲାନ୍ସର ୧୩ଟି ଟିମ୍‌ ଶ୍ରୀ ଜେନାଙ୍କ କେନ୍ଦୁଝର ଜିଲ୍ଲା ଶିରୀଷପାଳ ଗ୍ରାମର ପୈତୃକ ଘର, ଘସିପୁରା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର, କେନ୍ଦୁଝର ଗହ୍ମାରିଆରେ ଥିବା ଘର ସମେତ ଭୁବନେଶ୍ବରର ୫ଟି ସ୍ଥାନରେ ଚଢ଼ଉ କରିଥିଲେ।

Advertisment

ଚଢ଼ଉ ବେଳେ ଭୁବନେଶ୍ବରରେ ଏକ ବହୁତଳ କୋଠା, କେନ୍ଦୁଝରରେ ତିନିଟି କୋଠା, କେନ୍ଦୁଝରର ପ୍ରମୁଖ ସ୍ଥାନରେ ୫ଟି ପ୍ଲଟ୍‌, ନଗଦ ୧ କୋଟି ୬୪ ଲକ୍ଷ ଟଙ୍କା, ୬୫୦ ଗ୍ରାମ ସୁନାଗହଣା, ଗୋଟିଏ ‌କାର୍‌, ଦୁଇଟି ବାଇକ୍‌ ଠାବ କରାଯାଇଥିଲା। ତାଙ୍କ ଆୟବ୍ୟୟର ହିସାବ ଦେଖିଲେ ଏସବୁ ସମ୍ପତ୍ତି ୩୬୮ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ କେସ୍‌ ନମ୍ବର ୨/୨୩ରେ ଏକ ମାମଲା ରୁଜୁ କରାଯାଇ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋ‌ର୍ଟରେ ହାଜର କରାଯାଇଛି।