ଭୁବନେଶ୍ବର: ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ବର ଅଭିମୁଖେ ଗତି କରୁଛି। ସୂଚନା ଅନୁସାରେ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଦିଗକୁ ଗତି କରୁଛି । ଏହା ଏବେ ଦୀଘାଠାରୁ ୧୨୫କିମି ଦୂରରେ ଥିବା ବେଳେ ବାଂଲାଦେଶରୁ ୨୭୫ କିମି ଦୂରରେ ରହିଛି । ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।
/sambad/media/post_attachments/wp-content/uploads/2020/05/WhatsApp-Image-2020-05-20-at-10.50.26.jpeg)
ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ଝଡ଼ବାତ୍ୟା ଚାଲିଛି। ବିଶେଷ କରି ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଳାରେ ଏହାର ପ୍ରକୋପ ଦେଖିବାକୁ ମିଳିଛି। ଏଥିସହ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି।
/sambad/media/post_attachments/wp-content/uploads/2020/05/cyclone2.jpg)
ଆଜି ମଧ୍ୟାହ୍ଣରେ ପାରାଦୀପରେ ଅମ୍ଫାନ ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୯୪ କିମି ବେଗରେ ପବନ ବହିଥିଲା। ଗତ ରାତିରୁ ପାରାଦୀପରେ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ଏଯାବତ୍ ମିଳିଥିବା ସୂଚନା ଅନୁସାରେ ପାରାଦୀପରେ ୨୦୮.୩ ମିମି ବର୍ଷା ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୨୨୦.୦୫ ମିମି ଭୁବନେଶ୍ୱରରେ ୭୧.୦୯, ମିମି ବାଲେଶ୍ୱରରେ ୭୬ ମିମି, ପୁରୀରେ ୧୧୧.୦୧ ମିମି ଓ ଗୋପାଳପୁରରେ ୮.୦୬ ମିମି ବର୍ଷା ହୋଇଛି।
ଧାମରାରେ ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସି ଧାମରା ଜେଟି ଉପରକୁ ପାଣି ଉଠିବା ପରିସ୍ଥିତି ଦେଖାଯାଇଥିଲା। ପବନରେ ବଜାରଘାଟର ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକ ସହରର ମୁଖ୍ୟରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଗଛକଟା ଆରମ୍ଭ ହୋଇଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବତାସରେ ଗଛ ପଡି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବାଂଶଡା -ଧାମରା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ବାଲେଶ୍ବର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳସ୍ଥିତ ଡଗରା ବେଳାଭୂମିରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ନିଲୁ ମହାପାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Amphan-Running-29-KM-Per-Hour_Thumbnail.jpg)