ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ଗୋପୀମୋହନପୁର ପଞ୍ଚାୟତ ମହିଷାମୁଣ୍ଡା ଗ୍ରାମର ଜଣେ ଯୁବକ ରୋଗ ଜ୍ବାଳା ସହି ନ ପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯୁବକ ଜଣକ ହେଉଛନ୍ତି; କାହ୍ନୁ ସୋରେନ (୪୫)। କାହ୍ନୁ ଗତ କିଛି ବର୍ଷ ଧରି ଗୁରୁତର ପେଟ ରୋଗରେ ପୀଡ଼ିତ ଥିଲେ।
ଚିକିତ୍ସା ବାବଦରେ ବହୁ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ରୋଗ ଭଲ ହେଉ ନ ଥିଲା। ସେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ଏପରି ସମୟରେ ଗତକାଲି ଅପରାହ୍ନ ୫ଟାରୁ କାହ୍ନୁ ଘରୁ ହଠାତ୍ ବାହାରି ଆସିଥିଲେ। ଘର ଲୋକ ଖୋଖୋଜି କରିଥିଲେ ବି ପାଇ ନ ଥିଲେ। ସୋମବାର ପୂର୍ବାହ୍ନ ୧୦ଟାରେ ଛ’ମୌଜ ଚାରିମାଣିଆ ପୋଖରୀ ନିକଟରେ ସ୍ଥାନୀୟ ଲୋକ କାହ୍ନୁ ଗାମୁଛାରେ ଫାଶୀ ଲଗାଇ ଏକ ଗଛରେ ଝୁଲୁଥିବା ଦେଖିଥିଲେ। ଏନେଇ ତାଙ୍କ ଘର ଲୋକ ଓ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଥାଉକି କାହ୍ନୁଙ୍କ ୩ ଜଣ ଝିଅ, ଜଣେ ପୁଅ ଓ ପତ୍ନୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc-1.jpg)