ରାଉରକେଲା : ମତଦାନ ଚାଲିଥିବା ବେଳେ ଅସହ୍ୟ ତାତିରେ ମୁଣ୍ଡ ବୁଲାଇବାରୁ ଜଣେ ପୋଲିଂ ଅଧିକାରୀ ମୁହଁମାଡି ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପୋଲିଂ ଏଜେଣ୍ଟଙ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତଖାନାରେ ଭର୍ତି କରିଥିଲେ। ପୋଲିଂ ଅଧିକାରୀ ଜଣକ ହେଉଛନ୍ତି ରବୀନ୍ଦ୍ର କୁମାର।
ରାଉରକେଲା ବାସନ୍ତୀ କଲୋନିସ୍ଥିତ ବ୍ୟାସଦେବ ବିଦ୍ୟାମନ୍ଦିର ସରକାରୀ ବିଦ୍ୟାଳୟର ବୁଥ୍ ନମ୍ବର ୧୩୦ରେ ସେ ପୋଲିଂ ଅଧିକାରୀ ଭାବେ ଦାୟିତ୍ବରେ ଥିଲେ । ସକାଳୁ ସକାଳୁ ମତଦାନ କରିବାକୁ ବୁଥ୍ରେ ମତଦାତାଙ୍କ ଲମ୍ବାଲାଇନ ଲାଗିଥିଲା। ବୁଥ୍ ବାହାରେ ସେଡ ନ ଥିବାକୁ ମତଦାତା ଅସହ୍ୟ ତାତିରେ ସିଝୁଥିଲେ।
/sambad/media/post_attachments/wp-content/uploads/2024/05/WhatsApp-Image-2024-05-20-at-12.04.52-PM-1-300x148.jpeg)
ମତଦାନ କେନ୍ଦ୍ରରେ କେବଳ ପଙ୍ଖା ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ମତଦାତାମାନେ ଅଭିଯୋଗ କରିଛନ୍ତି। କେବଳ ବାସନ୍ତୀ କଲୋନୀ ନୁହେଁ ସହରର ପ୍ରାୟ ସମସ୍ତ ମତଦାନ କେନ୍ଦ୍ରରେ ସମାନସ୍ଥିତି ଦେଖା ଦେଇଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-20-at-12.04.09-PM-1.jpeg)